‘ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ’ର ବାର୍ଷିକ ଉତ୍ସବ: ଭାରତୀୟ ମୁକ୍ତି ସଂଗ୍ରାମରେ ସାମ୍ବାଦିକଙ୍କ ଅବଦାନ ଅତୁଳନୀୟ

ବ୍ୟାସନଗର,୩୦।୯(ଉ. ନ୍ୟୁଜ୍ ବ୍ୟୁରୋ): ସକାରାତ୍ମକ ଓ ସତ୍ୟନିଷ୍ଟ ଖବର ପରିବେଶଣ ସାମ୍ବାଦିକମାନଙ୍କ ଧ୍ୟେୟ ହେଉ । ଅପରପକ୍ଷେ ସରକାର ସାମ୍ବାଦିକ ସୁରକ୍ଷା ଯଥାଶୀଘ୍ର ଲାଗୁ କରନ୍ତୁ। ସାମ୍ବାଦିକମାନେ ସଂକୀର୍ଣତାର ଉର୍ଦ୍ଧ୍ବରେ ରହି ସାଂଗଠନିକ ରଜ୍ଜୁରେ ଏକ ହେଲେ ସବୁ ସମ୍ଭବ ହେବ । ମନ ବିବେକରେ ଲଗାମ ଲଗାଇବା ସହିତ ସତ୍ୟ ଶିବ ସୁନ୍ଦରକୁ ଆଧାର କରି ବୈଚାରିକ କ୍ଷେତ୍ରରୁ ସମ୍ବାଦ ପରିବେଶଣ ହେଲେ ତାହା ସମାଜ ପାଇଁ ମଂଗଳମୟ ହେବ । ୧୯୯୦ରେ ସମ୍ବାଦପତ୍ର ଜଗତୀକରଣ ପରେ ସାମ୍ବାଦିକତାରେ ଘୋର ସଂକଟ ସୃଷ୍ଠି ହୋଇଛି । ଭାରତର ମୁକ୍ତି ସଂଗ୍ରାମରେ ତତ୍କାଳୀନ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ ହୋଇଥିବା ବେଳେ ତାଙ୍କୁ ଅନୁସରଣ କରିବା ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ଧ୍ୟେୟ ହେଉବୋଲି ‘ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନ’ର ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ହୋଟେଲ ବ୍ରାହ୍ମଣୀ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସଂଘର ସଭାପତି ହାରାଧନ ବାନାର୍ଜୀ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସଂଘର ବରିଷ୍ଠ ଉପଦେଷ୍ଟା ଉଦୟନାଥ ଖଣ୍ଡାଇ ଅତିଥିମାନଙ୍କୁ ମଂଚକୁ ନିମନ୍ତ୍ରଣ କରିଥିବାବେଳେ ଉପ-ସଭାପତି ଉମାକାନ୍ତ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାକ୍ତନ ଅର୍ଥମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିବାବେଳେ ମୁଖ୍ୟ ବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୁଷଣ କର, ସମ୍ମାନୀତ ଅତିଥିଭାବେ କଳିଂଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଷ୍ଟେଟ୍ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ଜିଲା ଆଥେଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ଖବରକାଗଜର ଇତିହାସ, ସାମ୍ବାଦିକମାନଙ୍କର ସମାଜ ପ୍ରତି ଦାୟିତ୍ବ ଓ କର୍ତବ୍ୟ ଉପରେ ଆଲୋକପାତ କରିଥିଲେ। । ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମଲଙ୍କ ‘ମୋ ଲେଖାରେ ମୁଁ’ ପୁସ୍ତକଟିକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବର୍ଷିଆନ୍ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମଲ, ବରିଷ୍ଠ ଚିକିତ୍ସକ ଡାକ୍ତର ଗୌରୀଶଂକର ଷଡଂଗୀ, ଯୁବ ଶିଳ୍ପୋଦ୍ୟୋଗୀ ଓ ସମାଜସେବୀ ରାକେଶ କୁମାର ରାଉତ, ସମାଜସେବୀ ନରେଶ କୁମାର ମସ୍କରା, ସଫଳ ବ୍ୟବସାୟୀ ଚିନ୍ମୟ କୁମାର ପୃଷ୍ଟିଙ୍କୁ ଉତ୍ସବରେ ସମ୍ବର୍ଧିତ କରଯାଇଥିଲା। । ଆଜିର ଉତ୍ସବକୁ ଶରତ କୁମାର ପଥାଳ, ଦୁଷ୍ମନ୍ତ କୁମାର ରାଉତ, ଅଭିମନ୍ୟୁ ମିଶ୍ର, ପବିତ୍ର ରଂଜନ ମହାନ୍ତି, ପ୍ରଦ୍ୟୁମ୍ନ ବୋଇତାଇ, ଜ୍ଞାନରଞ୍ଜନ ରାଉତ, ଦେବେନ୍ଦ୍ର ନାୟକ, ସୁଦୀପ୍ ମିଶ୍ର, କୈଳାସ ରାଉତ, ବିଶ୍ବରଂଜନ ପଟ୍ଟନାୟକ, ଯଜ୍ଞଦତ୍ତ ତ୍ରିପାଠୀ, ଭରତ ରାଉତ, ପ୍ରଶାନ୍ତ କୁମାର ପାତ୍ର, ଜଗଦୀଶ ମଟାଣିଆ ସମେତ ସମସ୍ତ ସଦସ୍ୟ ଯୋଗଦେଇ ପରିଚାଳନା କରିଥିଲେ । ବରିଷ୍ଠ ସାମ୍ବାଦିକ ସଂଗ୍ରାମ ସିଂହ, ସୁକାନ୍ତି ରାଉତ, ଜିଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳ, ସଂପାଦକ ଅବିନେଶ୍ୱର ଶତପଥିଙ୍କ ସମେତ ଯାଜପୁର ଜିଲାର ବିଭିନ୍ନ କୋଣ ଅନୁକୋଣରୁ ସାମ୍ବାଦିକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସହରର ବୁଦ୍ଧିଜୀବୀ, ଜନପ୍ରତିନିଧି,ବରିଷ୍ଠ ନାଗରିକ, ନାରୀନେତ୍ରୀ, ସାହିତ୍ୟିକ, ଆଇନଜୀବୀ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ଶେଷରେ ଉପ-ସଭାପତି ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।   
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close