ଉଦୟବଟ ଓ ଉଦୟବଟ ଇ-ନ୍ୟୁଜ ତରଫରୁ ମୁଣ୍ଡମାଳ ହନୁମାନ ମନ୍ଦିର ନିକଟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ୟାସନଗର; ୨୯/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଉଦୟବଟ ଓ ଉଦୟବଟ ଇ-ନ୍ୟୁଜ ତରଫରୁ ମୁଣ୍ଡମାଳ ହନୁମାନ ମନ୍ଦିର ପାଖ କମ୍ୟୁନିଟି ସେଣ୍ଟର ୱାର୍ଡ ନଂ ୨୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସକାଳ ୯ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା। ଏହି ଶିବିରରେ ଆଖ ପାଖ ଗାଁ ବିରମଣିପୁର, ଖଣ୍ଡାହାତ, ମୁଣ୍ଡମାଳ,କୋପଣ୍ଡ, ଝାଟିଆସାହି, ନଟପଡା, ନିଉମାର୍କେଟ, ପ୍ଲଟ, ସପଗାଡ଼ିଆ, ପନାଶିଆ, ପଦ୍ମପୁର ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ୧୯ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ। ତାଙ୍କ ମଧ୍ୟରୁ 9 ଜଣ ଡାଇବେଟିସ ଥିବାରୁ ଔଷଧ ପାଇଁ ପରାମର୍ଶ କ୍ରମେ ୧୦ ଜଣଙ୍କୁ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀମାନଙ୍କ ପାଇଁ ମେଡିକାଲ ତରଫରୁ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଏହି ଆଖି ପରୀକ୍ଷା ଶିବିରଟି ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକତ୍ସା ଲୟର ଡାକ୍ତରୀ ଟିମର ସଂଧ୍ୟା ସାଗରୀକା ଦାସ, ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସ୍ଥାନୀୟ ବ୍ୟାସନଗର ଅଞ୍ଚଳର ସମାଜସେବି ପ୍ରସନ୍ନ କୁମାର ସାମଲ, ହିନ୍ଦୁ ସୁରକ୍ଷାସେନା ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ସନ୍ତୋଷ ବିଶ୍ୱାଳ ପ୍ରମୁଖଙ୍କ ତତ୍ୱାବଧାନରେ ଶେଷ ହୋଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close