Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର, ୨୭ା୦୯: ଗତ କାଲି ସୋମବାର ପୂର୍ବାହ୍ନରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ଊପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜନ କରାଯାଇଥିଲା । ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୈଠକରେ ଆସନ୍ତା ଅକ୍ଟୋବର ୧ ତାରିଖ ଶନିବାର ୮ ଘଟିକାରେ ଯାଜପୁରସ୍ଥ ରାମ ମନ୍ଦିର ନିକଟରୁ ଏକ ସଚେତନତା ରାଲି ବାହାର କରାଯାଇ ସହର ପରିକ୍ରମା କରି ସଂସ୍କୃତି ଭବନ ପରିସରରେ ପହଚିଂବ ବୋଲି ସ୍ଥିର ହୋଇଥିଲା । ସେଠାରେ ବୟସ୍କ ନାଗରିକଙ୍କୁ ସ୍ୱାଗତ ପୂର୍ବକ ଏକ ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କ ପାଇଁ ମଧ୍ୟ ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସଭା କାର୍ଯ୍ୟ ସମାପ୍ତି ପରେ ବୟସ୍କ ନାଗରିକଙ୍କ ପାଇଁ ‘ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଦ୍ୟାଳୟ’ ପକ୍ଷରୁ ଏକ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଚ୍ଥି । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ସେହିପରି ଭୋଜନ ବିରତି ପରେ ବୟସ୍କ ନାଗରିକଙ୍କ ମନୋରଂଜନ ପାଇଁ ଏକ ବ୍ୟଙ୍ଗ କବିତା ଆସର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଚ୍ଥି । ଏହି କାର୍ଯ୍ୟକ୍ରମରେ ବୟସ୍କମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସୈାଖୀନ ଖେଳ ସହିତ ପୁରସ୍କାର ଓ ଶତାୟୁ ନାଗରିକମାନଙ୍କୁ ସମ୍ୱର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଚ୍ଥି । ଜିଲ୍ଲାରେ ଥିବା ସମସ୍ତ ବୃଦ୍ଧାଶ୍ରମରେ ମଧ୍ୟ ଏହିପରି ଭାବେ ଆନ୍ତର୍ଜୀତୀୟ ବୟସ୍କ ଦିବସ ପାଳନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ସେଠାରେ ମଧ୍ୟ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ସହ ସଭା ଓ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଲି ଆୟୋଜନ ପାଇଁ ପୋଲିସ, ଆମ୍ୱୁଲାନ୍ସର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ଜିଲ୍ଲାର ସମସ୍ତ ବୟସ୍କ ନାଗରିକ ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବ । ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
        ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସି.ଡି.ଏମ୍‌.ଓ ସୁଧାଂଶୁ ଖେଶର ବଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଏପିଡୋମୋଲୋଜିଷ୍ଟ ପାର୍ଥସାରଥୀ ମିଶ୍ର, ଯାଜପୁରର ବରିଷ୍ଠ ନାଗରିକ, ସଭାପତି, ସଂପାଦକ, ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି, ସମସ୍ତ ଜରାଶ୍ରମକର ସମ୍ପାଦକ, ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close