ଯାଜପୁରର ଯୁବ ସମାଜସେବୀ ସିଦ୍ଧାର୍ଥ ଶଙ୍କର ଦାସ (ଧଇନ)ଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ଯାଜପୁର,୨୪/୦୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ତଥା ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସଂର୍ପକୀୟ ଭାଇ ସିଦ୍ଧାର୍ଥ ଶଙ୍କର ଦାସ(ଧଇନ)ଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଏନ.ସି କଲେଜ ରୋଡର ଲଳିତେଶ୍ୱରନଗର ସ୍ଥିତ ତାଙ୍କ ବାସଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କର୍ମକୁ କର୍ତା ଭାବେ ତାଙ୍କ ବଡ଼ ଭାଇ ଦେବଦତ ଦାସ (ପୁତୁଲା) ଓ କର୍ତୀ ଭାବେ ଭାଉଜ ଶୁଭଲକ୍ଷ୍ମୀ ମହାନ୍ତି ସଂପାଦିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତାଙ୍କ ପିତା ଅଭୟ କୁମାର ଦାସ, ମାତା ସୈାଭାଗ୍ୟ ମଂଜରୀ ଦାସ, ପିଉସୀ ସନ୍ଧ୍ୟାରାଣୀ ଦାସ, ଭଉଣୀ ରଶ୍ମି ଦାସ, ଭିଣୋଇ ଅଜୟ କୁମାର ମହାନ୍ତି, ସାନ ବାପା ଦିଲୀପ କୁମାର ଦାସ, ଭାଇ ଭବାନୀ ଶଙ୍କର ଦାସ, ମାମୁଁ ବୀରେନ କୁମାର ମହାନ୍ତି, ଧିରେନ କୁମାର ମହାନ୍ତି, ଭଣଜା ମିଲନ କୁମାର ଦାସ, ଯତିନ୍ଦ୍ର (ସୋନୁଲ୍‌), ଭାଣିଜୀ ଚିନ୍ମୟୀ, ମଉସା ପ୍ରେମାନନ୍ଦ ମହାନ୍ତି ଓ ଜ୍ଞାନେନ୍ଦ୍ର ମହାନ୍ତି, ଭଉଣୀ ମାମନ, ରେମନ, ମିଲନ, ମାମୁଁ ପୁଅ ଭାଇ ଡ଼େଡ଼ୁ, ପୁପା, ପାବନ ଆଦି ସହଯୋଗ କରିଥିଲେ । ଏଥିରେ ତାଙ୍କ ସଂର୍ପକୀୟ ଭାଇ ତଥା ଯାଜପୁର ପୈାର ପରିଷଦର ପୂର୍ବତନ ନଗରପାଳ ଭବପ୍ରକାଶ ଦାସ, କଂଗ୍ରେସ ବିଧାୟକ ପ୍ରାର୍ଥୀ ବଳଭଦ୍ର ଦାସ, ମାହାଙ୍ଗା ଅଂଚଳର ଯୁବ ସମାଜସେବୀ ଯୋଗେଶ ଚନ୍ଦ୍ର ମହାନ୍ତି (କାର୍ତିକ), ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ, ୩୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, କୁଆଖିଆ ଅଂଚଳର ଯୁବ ସମାଜସେବୀ ପଦ୍ମଲୋଚନ ନାୟକ, ଶ୍ରମିକ ନେତା ଅରୁଣ ଦାସ, ଚକ୍ରଧର ମଲ୍ଲିକ, ଦେବେନ୍ଦ୍ର କୁମାର ନାୟକ, ଧର୍ମେନ୍ଦ୍ର କୁମାର ନାୟକ, ସନ୍ତୋଷ କୁମାର ବାଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ସକାଳ ୦୫ଟାରୁ ନାମ ସଂକୀର୍ତନ ଅନୁଷ୍ଠିତ ହେବା ସହ ଘରେ କର୍ମ ଚାଲିଥିଲା । ମଧ୍ୟାହ୍ନରେ ହଜାର ହଜାର ବ୍ୟକ୍ତି ପ୍ରସାଦ ସେବନ କରିଥିଲେ ।
       ସୂଚନାଯୋଗ୍ୟ, ଜଣେ ଆଗଧାଡ଼ିର ସମାଜସେବୀ ଭାବରେ ଯାଜପୁର ନିର୍ବାଚନ ମଣ୍ଡଳୀର ବହୁ ବ୍ୟକ୍ତିଙ୍କ ପାଖରେ ଧଇନଙ୍କ ସ୍ୱତନ୍ତ୍ର ପରିଚୟ ଥିଲା । ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ଦୁର୍ଗତଙ୍କ ପାଖରେ ପହଚିଂ ଯଥାସମ୍ଭବ ସାହାଯ୍ୟ, ସହଯୋଗ କରୁଥିଲେ । ପୂର୍ବତନ ବିଧାୟକ ତଥା ଓଡ଼ିଶାର ଜନନେତା ୰ ଅଶୋକ ଦାସଙ୍କ ସ୍ମୃତି ଉଦ୍ଧେଶ୍ୟରେ ଗଠିତ ‘ଅଶୋକ ଦାସ ଫାଉଣ୍ଡେସନ’ର ସେ ସକ୍ରିୟ କର୍ମକର୍ତା ଥିଲେ । ବିଶେଷକରି ବନ୍ୟା, ବାତ୍ୟା ସମୟରେ ତାଙ୍କର କାର୍ଯ୍ୟ ସବୁବେଳେ ଯାଜପୁରବାସୀଙ୍କ ପାଇଁ ମନେ ରହିବ । ତାଙ୍କର ଅକାଳ ବିୟୋଗ ସେତେବେଳେ ଯାଜପୁର ଟାଉନ ସହ ଜିଲ୍ଲା ବ୍ୟାପି ଶୋକର ଛାୟା ଖେଳାଇ ଦେଇଥିଲା । ଆଉ ବନ୍ୟା, ବାତ୍ୟା ଭଳି ବିପଦ ସମୟରେ ଧଇନ ବାବୁଙ୍କ ମୁହଁ ଦେଖାଯିବନି, ଏନେଇ ବହୁ ଦୁର୍ଗତ ଏବେବି ତାଙ୍କୁ ପାଶୋରି ପାରୁ ନାହାନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close