![](https://udayabataenews.com/r3e/uploads/2022/09/IMG-20220920-WA0026-780x405.jpg)
ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ବାର୍ଷିକ ଉତ୍ସବ ୩୦ରେ
ବ୍ୟାସନଗର,୨୦।୯: ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ବାର୍ଷିକ ଉତ୍ସବ ଆସନ୍ତା ୩୦ ତାରିଖରେ ହୋଟେଲ ବ୍ରାହ୍ମଣୀ ପରିସରରେ ଦିନ ୧୧ଟା ସମୟରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ବ୍ୟାସନଗର ଉମାପଦା ସାଇ ମାର୍ଗରେ ଆଜି ଆସୋସିଏସନ୍ ପକ୍ଷରୁ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ହାରାଧନ ବାନାର୍ଜୀ ଓ ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ବାର୍ଷିକ ଉତ୍ସବର ସବିଶେଷ ରୂପରେଖ ପ୍ରଦାନ କରିଥିଲେ । ବାର୍ଷିକ ଉତ୍ସବକୁ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉଦଘାଟନ କରିବେ ଓ ମୁଖ୍ୟ ଅତିଥିଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗଦେବେ। ମୁଖ୍ୟବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୁଷଣ କର, ସମ୍ମାନୀତ ଅତିଥିଭାବେ କଳିଂଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଷ୍ଟେଟ୍ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ବ୍ୟାସନଗର ପୌରପାଳିକାର ଅଧ୍ୟକ୍ଷା ସଂଗିତା ପିଂଗୁଆ, ଜିଲା ଆଥେଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଗି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବର୍ଷିଆନ୍ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମଲ, ବରିଷ୍ଠ ଚିକିତ୍ସକ ଡାକ୍ତର ଗୌରୀଶଂକର ଷଡଂଗୀ, ଯୁବ ଶିଳ୍ପୋଦ୍ୟୋଗୀ ଓ ସମାଜସେବୀ ରାକେଶ କୁମାର ରାଉତ, ସମାଜସେବୀ ନରେଶ କୁମାର ମସ୍କରା, ସଫଳ ବ୍ୟବସାୟୀ ଚିନ୍ମୟ କୁମାର ପୃଷ୍ଟିଙ୍କୁ ଉତ୍ସବରେ ସମ୍ବର୍ଧିତ କରାଯିବାକୁ ବୈଠକରେ ସ୍ଥିର ହୋଇଛି। ଆଜିର ବୈଠକରେ ଶରତ କୁମାର ପଥାଳ, ଉଦୟନାଥ ଖଣ୍ଡାୟୀ, ଉମାକାନ୍ତ ରାଉତ, ବିଜୟ କୁମାର ସାହୁ, ପବିତ୍ର ରଂଜନ ମହାନ୍ତି, ପ୍ରଦ୍ୟୁମ୍ନ ବୋଇତାଇ, ଜ୍ଞାନରଞ୍ଜନ ରାଉତ, ଦେବେନ୍ଦ୍ର ନାୟକ, ସୁଦୀପ୍ତ ମିଶ୍ର, କୈଳାସ ରାଉତ, ଯଜ୍ଞଦତ୍ତ ତ୍ରିପାଠୀ, ଭରତ ରାଉତ, ପ୍ରଶାନ୍ତ କୁମାର ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଭାପତି ହାରାଧନ ବାନାର୍ଜୀଙ୍କ ୬୧ ତମ ଜନ୍ମ ଦିବସ ପାଳନ କରାଯାଇ ତାଙ୍କ ସୁଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା ।