ଯାଜପୁରରୋଡ ଇଏସଆଇ ମୁଖ୍ୟ ଶାଖା ଅବହେଳିତ ଅବସ୍ଥାରେ, ଶାଖାର ଉନ୍ନତିକରଣ ପାଇଁ ନାହିଁ କାହାର ନଜର-କେମିତି ମିଳିବ ସେବା

ଯାଜପୁର/ବ୍ୟାସନଗର;୨୦/୦୯(ବ୍ୟୁରୋ): ଯାଜପୁରରୋଡ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇ) ମୁଖ୍ୟ ଶାଖା ଅବହେଳିତ ଅବସ୍ଥାରେ, ଶାଖାର ଉନ୍ନତିକରଣ ପାଇଁ କାହାର ନଜର ନାହିଁ । ଏ ନେଇ ୧୪/୫/୨୦୨୧ରେ ଗଣ ମାଧ୍ୟମରେ ଖବର ପ୍ରକାଶ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଶାଖାର ଅବହେଳିତ ଅବସ୍ଥା ପ୍ରତି କାହାର ନଜର ନାହିଁ । ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଆଇ.ପି (ବିମାଧାରୀ) । ଶଙ୍ଖଚିଲା ରୋଡ଼ର ଦଳା ମହିଳା ମହାବିଦ୍ୟାଳୟ ନିକଟସ୍ଥ ଇ.ଏସ.ଆଇ ଶାଖା ଅଫିସଟି ଦୀର୍ଘ ୨୬ ବର୍ଷ ଧରି ଭଡ଼ା ଘରେ ଚାଲୁଥିବା ଓ ବାରମ୍ବାର ଅଫିସର ଠିକଣା ବଦଳୁଥିବା ବେଳେ ଅଫିସଟି ସ୍ଥାନୀୟ ଦଳାର ଏପରି ଏକ ଜାଗାରେ ରହିଛି ଯେ, ତାହା ୨ଟି ଜିଲ୍ଲାର ବୀମାଧାରୀମାନଙ୍କ ଦୃଷ୍ଟିଗୋଚର ହେଉନାହିଁ କି ବୀମାଧାରୀମାନେ ବଡ କଷ୍ଟରେ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରୁ ଓହ୍ଲାଇ ସେଠାକୁ ଯାଇଥାନ୍ତି । ଦୁଇଟି ଜିଲ୍ଲାର ବିମାଧାରୀ ଏହି ଶାଖା ଉପରେ ନିର୍ଭର କରୁଥିବା ବେଳେ ନା ଅଫିସକୁ ଯିବାକୁ ସୁବିଧା, ନା ଅଫିସରେ ପର୍ଯ୍ୟାପ୍ତ କର୍ମଚାରୀ, ନା ବୈଦୁତିକ ଉପକରଣ ଉପଲବ୍ଧ ରହିଛି ସବୁ କିଛି କାମଚଳାରେ ଚାଲିଛି । ବିନା ନାମ ଫଳକରେ ଚାଲିଛି କାର୍ଯ୍ୟଳୟ। ଖୁବ୍ ଶୀଘ୍ର ଶାଖା ଅଫିସଟି ପାଇଁ ନିଜସ୍ୱ ଗୃହ ନିର୍ମାଣ କରିବା ପାଇଁ ଜନସାଧାରଣରେ ଦାବି ହୋଇଆସୁଥିଲେ ମଧ୍ୟ କିନ୍ତୁ ସମାଧାନର ବାଟ ଆଜି ପର୍ଯ୍ୟନ୍ତ ଦେଖାଯାଉନି । ବର୍ତ୍ତମାନ ପରିପ୍ରେକ୍ଷୀରେ ୧ଲକ୍ଷ ଆଇ.ପିଙ୍କ ସୁବିଧା ପାଇଁ ଷ୍ଟେସନ ପାଖକୁ ଶାଖା କାର୍ଯ୍ୟାଳୟ ଉଠି ଆସିବାକୁ ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଦାବୀ ମଧ୍ୟ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବ୍ୟବସ୍ଥାକୁ ମାନବାଧିକାର ସାମାଜିକ ନ୍ୟାୟ ମିଶନର ରାଜ୍ୟ ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ସହ ଜନସାଧାରଣ, ବିମାଧାରୀ ଏହାକୁ ସମାଲୋଚନା କରିଛନ୍ତି । ସବୁ କଥାକୁ ସ୍ୱାସ୍ଥ୍ୟ ବିଭାଗ ଅଣଦେଖା କରିଆସୁଥିବା ପରିଲକ୍ଷିତ ହେଉଛି । ଏହାର ସମାଧାନ ଯଥାଶୀଘ୍ର କରାଗଲେ ସାଧାରଣ ନାଗରିକ ଉପକୃତ ହୋଇପାରନ୍ତେ ବୋଲି ଆଶା କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close