
ରୋଟାରୀ କ୍ଳବ୍ କଳିଙ୍ଗନଗର ତରଫରୁ ମାଗଣା ହୃଦୟ ରୋଗ ଚିକିତ୍ସା ଶିବିର
ବ୍ୟାସନଗର: ସ୍ଥାନୀୟ ଚୋରା ବାଇପାସ୍ ଛକ ନିକଟସ୍ଥ ଆରିୟନ କ୍ଳବ୍ ପରିସରରେ ରୋଟାରୀ କ୍ଳବ୍ ତରଫରୁ ମାଗଣା ହୃଦୟ ଚିକିତ୍ସା ଶିବିର ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲର ସହଭାଗିତା ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସ୍ଥାନିୟ ମୁନିସିପାଲିଟିର ଉପ-ନଗରପାଳ ସୁବାସ ଚନ୍ଦ୍ର ବଳ ଏବଂ ଯାଜପୁରରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଉଦ୍ ଘାଟନ କରିଥିଲେ । ଉକ୍ତ ଶିବିରରେ 120 ଜଣଙ୍କର ECG,RBC,BMI,BP ପରିକ୍ଷା କରାଯାଇ ଥିଲା ଏବଂ ଆପୋଲୋ ହସ୍ପିଟାଲର ହୃଦୟରୋଗ ଚିକିତ୍ସିକ ଡାକ୍ତର ଶୁଭାଶିଷ ଦାସ ଓ ଡାକ୍ତର ଅନୁପମ ତ୍ରିପାଠୀ ଓ ଟେକ୍ନିସିଆନ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଉକୂ କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ କଳିଙ୍ଗନଗରର ସଭାପତି ରୋଟାରୀଆନ ଶିବାନନ୍ଦ ନାୟକ, ସମ୍ପାଦକ ରୋଟାରୀଆନ ମନୋଜ କୁମାର ବାରିକ, ରୋଟାରୀଆନ ସୁଦିପ କୁମାର ମିଶ୍ର, ରୋଟାରୀଆନ ଅଛୁତାନଦ ମହାନ୍ତି, ରୋଟାରୀଆନ ଡ଼଼ଂ ପରମେଶ୍ବର ଦାସ, ରୋଟାରୀଆନ ଅକ୍ଷୟ କୁମାର ପତି, ରୋଟାରୀଆନ ଲୋକନାଥ ରାଉତ, ରୋଟାରୀଆନ ସୁଶାନ୍ତ ବରାଳ, ରୋଟାରୀଆନ ପ୍ରଶାନ୍ତ ପରିଡ଼ା, ରୋଟାରୀଆନ ଦେବକଲ୍ୟାଣ ଦାସ, ରୋଟାରୀଆନ ସୁଶାନ୍ତ ଜେନା, ରୋଟାରୀଆନ ସୂର୍ଯ୍ୟକାନ୍ତ ବିଶ୍ଵାଳ, ରୋଟାରୀଆନ ଦୀନେଶ କୁମାର ସାହୁ, ରୋଟାରୀଆନ ରାମଚନ୍ଦ୍ର ସେନାପତି, ରୋଟାରୀଆନ ଡ଼଼ଂ ଦେବସ୍ମିତା ସାହୁ, ରୋଟାରୀଆନ ସଂଜୟ ମିଶ୍ର, ରୋଟାରୀଆନ ଅରୁଣ କୁମାର ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପଂଜିକୃତ ସମସ୍ତ ରୋଗୀ ମାନଙ୍କୁ ବିସ୍କୁଟ, ଜୁସ ଓ ଥଣ୍ଡା ପାଣି ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଆରିୟନ କ୍ଲବ ର ସଭ୍ୟମାନେ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ଓ ସ୍ବସ୍ଥାକୃତ ଭାବେ ନର୍ସ ଇପ୍ସିତା ପାଲ ମହିଳା ରୋଗୀମାନଙ୍କୁ ସହଯୋଗ କରିଥିଲେ ।

Live Share Market