ରାଜ୍ୟ ମହିଳା ଆୟୋଗ ତରପଂରୁ ଯାଜପୁରରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଯାଜପୁର, ୧୭ା୯ : ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ଯାଜପୁର ସ୍ଥିତ ‘ସଂସ୍କୃତି ଭବନ’ ପରିସରରେ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଲା ପ୍ରଶାସନ ତଥା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ କହିଲେ ଯେ, ନାରୀ ସମାଜର ହିତ ସାଧନ ପାଇଁ ସର୍ବଦା ପ୍ରଯତ୍ନ । ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ ସରକାର ସଚେତନ ଅଚ୍ଥନ୍ତି । ୧୯୯୩ ମସିହା ପର ଠାରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ମହିଳା କମିଶନ ଗଠନ ହେବା ପରେ ମହିଳାମାନଙ୍କ ସ୍ଥିତିରେ ଢେର ଊନ୍ନତି ଘଟିଚ୍ଥି । ମହିଳାମାନେ ଆଜି ସଚେତନ ହେବା ସହ ସମାଜରୁ ଯୈାତୁକ ନିର୍ଯ୍ୟାତନା ବହୁ ପରିମାଣରେ କମିଯାଇଚ୍ଥି । ସେମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଚ୍ଥନ୍ତି । ଆଇନର ଦୂରୁପଯୋଗ ନ କରି, ଚ୍ଥୋଟ ଚ୍ଥୋଟ କଥାରେ ଥାନା, କୋର୍ଟ କଚେରୀ ନ ଯାଇ ଆଇନକୁ ସଠିକ ଭାବରେ ବୁଝି ଊଚିତ ମାର୍ଗରେ କାର୍ଯ୍ୟ କରିବା ଏହି ଶିବିରର ଆଭିମୁଖ୍ୟ ବୋଲି ଶ୍ରୀମତୀ ମଲ୍ଲିକ ପ୍ରକାଶ କରିଥଲେ । ମହିଳାମାନଙ୍କୁ ଆହୁରି ସୁରକ୍ଷିତ ରଖିବା ପାଇଁ ସ୍କୁଲ, କଲେଜର ଚ୍ଥାତ୍ର ଚ୍ଥାତ୍ରୀମାନଙ୍କୁ ନେଇ ଏହିଭଳି ଶିବିରର ଆୟୋଜନ କରିବା ପାଇଁ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଆୟୋଗର ସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ । ଶିବିରରେ ଯାଜପୁର ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଯେନା ଯୋଗ ଦେଇ କହିଥିଲେ ଯେ, ମହିଳାମାନଙ୍କୁ କିପରି ନ୍ୟାୟ ମିଳିପାରିବ ସେଥିପାଇଁ ଏ ଶିବିରର ଆୟୋଜନ । ତେଣୁ ଆଇନ ପରିସର ଭିତରେ ରହି ନିଜେ ସଚେତନ ହେବା ସହ ମହିଳା ସୁରକ୍ଷା ଦିଗରେ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ସେ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ୱର୍ଣ୍ଣଲତା ସାମଲ ଆଇନର ଧାରା ଓ ସେମାନଙ୍କର ଅଧିକାର କିପରି ସୁରକ୍ଷିତ ରହିବ ଏବଂ ପ୍ରତ୍ୟେକ ନାରୀ ସମ୍ମାନ ଓ ସୁରକ୍ଷାର ସହ କିପରି ବଚିଂବେ ସେ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ନାରୀ ପ୍ରଗତି ନାରୀର ସୁରକ୍ଷା । ମହିଳାମାନଙ୍କୁ ସାମ୍ୱିଧାନିକ ଅଧିକାର ଓ ସୁରକ୍ଷା ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଶିବିର କରାଯାଇଚ୍ଥି । ଘରୋଇ ହିଂସା, କର୍ମ କ୍ଷେତ୍ରରେ ସୁରକ୍ଷା, ଯୈାନ ନିର୍ଯ୍ୟାତନା ଆଦି ଆଇନଗତ ସଚେତନତନା ସୃଷ୍ଟି କରି ସମାଜରେ ଏକ ସୁସ୍ଥ ପରିବେଶ ଆଣିବା ଏହି ଶିବିରର ଆଭିମୁଖ୍ୟ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଊପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ଊପାଧ୍ୟାୟ ଯୋଗ ଦେଇ କହିଥିଲେ ଯେ, ମହିଳାମାନଙ୍କର ଯେକୈାଣସି ସମସ୍ୟା ପାଇଁ ନିର୍ଭୟରେ ଓ ନିଃସଙ୍କୋଚରେ ଥାନାରେ ଜଣାଇବାକୁ ସେ ନିବେଦନ କରିଥିଲେ । ପ୍ରାରମ୍ଭରେ ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ ମଂଚ ପରିଚାଳନା କରିଥିଲେ । ଶେଷରେ କୋଭିଡ ମହାମାରୀ ସମୟରେ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଏବଂ ମହିଳା କମିଶନ ତରପଂରୁ ଆଶା, ଅଙ୍ଗନୱାଡି, ପୋଲିସ, ମହିଳା ଓକିଲ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଧାର ଗୃହର କର୍ମଚାରୀ ଆଦିମାନଙ୍କୁ ସମ୍ୱଦ୍ଧିତ କରାଯାଇଥିଲା ।
ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଆୟୋଗର ପରାମର୍ଶଦାତା ଡଃ. ଟୁନା ସାହୁ, ସହକାରୀ ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ଆଶା, ଅଙ୍ଗନୱାଡି, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସ୍ୱେଚ୍ଚ୍ଥାସେବୀ, ସାମାଜିକ କର୍ମୀ, ମହିଳା ସଙ୍ଗଠନର କର୍ମକର୍ତା ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close