
‘ଯାଜପୁରରୋଡ ଜୈନ ସଂଘ’ ସହଯୋଗରେ ବ୍ୟାସନଗରର ନନ୍ଦରାମ ବାଟିକାରେ ଆସନ୍ତା ୧୭ରେ ମେଗା ରକ୍ତଦାନ ଶିବିର
ବ୍ୟାସନଗର,୧୫/୦୯(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ନନ୍ଦରାମ ବାଟିକାରେ ‘ଯାଜପୁରୋଡ ଜୈନ ସଂଘ’ ସହଯୋଗରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଶନିବାର ରିଖରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତାମାନେ ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନରେ ‘ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ’ ଆନୁକୂଲ୍ୟରେ ଏହା ବିଶ୍ୱର ସର୍ବବୃହତ୍ ରକ୍ତଦାନ ଅଭିଯାନ ବୋଲି କୁହାଯାଉଛି । ଏହା ‘ତେରାପନ୍ଥ ଯୁବକ ପରିଷଦ’, କଟକ ସୌଜନ୍ୟରେ ଏବଂ ‘ଯାଜପୁରୋଡ ଜୈନ ସଂଘ’ ସହଯୋଗରେ ଅନୁଷ୍ଠିତ ହେଉଛି । ଶିବିରରେ କୋରାଇ ବିଧାୟକ ଅଶୋକ ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୈାରାଧ୍ୟକ୍ଷା ସଂଗିତା ପିଙ୍ଗୁଆ ଯୋଗ ଦେବାର ଖସଡ଼ା ପ୍ରସ୍ତୁତ ହୋଇଛି । ଏହି ଶିବିରରେ ବହୁ ସଂଖ୍ୟାରେ ଯୋଗଦାନ କରି ରକ୍ତଦାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରହିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ କହ୍ନେଇଲାଲ ଓଶ୍ୱାଲ, ରବୀନ୍ଦ୍ର ଜୈନ, ପଦମ ଚାନ୍ଦ ସେଠିଆ, ତେଜକର୍ଣ୍ଣ ବୋଥରା,ମନୋଜ କୁମାର ସେଠିଆ, ପବନ କୁମାର ଓଶ୍ୱାଲ, ମନୋଜ କୁମାର ବୋଥରା, ପଙ୍କଜ ଜୈନ, ସଂଜୟ ଜୈନ, ତୈନରୂପ ଖଟେଡ଼, ନିଖିଲ ଖଟେଡ଼, ବିବେକ ଜୈନ, ଆଶିଷ ଜୈନ, ମୁଦିତ ସେଠିଆ, ମୋହକିତ ବୋଥରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂର୍ପକରେ ସୂଚନା ପ୍ରଦାନ କରିଥିଲେ ।