
ବାଙ୍କୀ ସମାଜ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତିଙ୍କ ଧର୍ମ ପତ୍ନୀ ପ୍ରତିମା ମହାନ୍ତିଙ୍କ ୩୭ ବର୍ଷରେ ପରଲୋକ
କଟକ, ୧୨.୦୯(ବିଭୂତି ଭୂଷଣ ଜେନାଙ୍କ ଠାରୁ): ବାଙ୍କୀ ବ୍ୟଦ୍ୟେଶ୍ୱର ଅଂଚଳର ସମାଜ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତିଙ୍କ ଧର୍ମ ପତ୍ନୀ ପ୍ରତିମା ମହାନ୍ତିଙ୍କ ୩୭ ବର୍ଷରେ ପରଲୋକ ହୋଇଯାଇଛି । ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଟାଟା ମେମୋରିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକ ଖବର ଶ୍ରୀକାନ୍ତ ବାବୁଙ୍କ ଠାରୁ ପାଇ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ୍ ପକ୍ଷରୁ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି । ଶ୍ରୀକାନ୍ତ ମହାନ୍ତି OUJର କଟକ ଜିଲ୍ଲାରୁ ଜଣେ ସକ୍ରୀୟ ସଭ୍ୟ ଥିଲେ । ତାଙ୍କ ପତ୍ନୀଙ୍କର ଆତ୍ମl ସଦଗତି ହେଉ ଏହା ହିଁ ପ୍ରାଥନା ବୋଲି କହିଛନ୍ତି କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ୍ ର ସାଧାରଣ ସମ୍ପାଦକ ଅଜୟ କୁମାର ଦାସ ।

Live Share Market