ବ୍ୟାସନଗର ଅଞ୍ଚଳରେ ମାତିଛନ୍ତି ମୋବାଇଲ ଲୁଟେରା

ବ୍ୟାସନଗର;୦୨/୦୯ (ନି ପ୍ର): ବ୍ୟାସନଗର ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ମୋବାଇଲ ଲୁଟେରାଙ୍କ ରାଜ।ପୋଲିସ ପ୍ରଶାସନ କୁ ଖାତିରି ନକରି ଚୋରି ପରେ ଚୋରି କରିଚାଲିଛନ୍ତି।ଅସୁବିଧାରେ ସାଧାରଣ ଜନତା।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଫେରୋକ୍ରୋମ କଲୋନୀ ଗେଟ ଆଖଣ୍ଡଳମଣି ମଣୀ ମନ୍ଦିର ନିକଟରେ ଥିବା ନୀଳ ରଙ୍ଗର କୋଠାରୁ ଗତ କାଲି ବିଳମ୍ବିତ ରାତି ପ୍ରାୟ ସମୟ ୧ଘଣ୍ଟା ୫୦ ମିନିଟ ସମୟର ଘଟଣା।ଦୁର୍ବୁତ୍ତ ମାନେ ଲୁଟିନେଇଛନ୍ତି ଏକାଧିକ ମୋବାଇଲ ଫୋନ।ଜଣକର ଝରକା ଖୋଲା ଥିବାବେଳେ ଚୋର ଦୁଇଜଣ ଅତି ସାବଧାନ ସହକାରେ ଲମ୍ବା ବାଉଁଶର ସହାୟତାରେ ଟାଣି ନେଇଥିଲେ ମୋବାଇଲ ଆଉ ଜଣକର ଝରକା ଜାଲି କୁ ମଧ୍ୟ କାଟି ନେଇଯାଇଥିଲେ।ଏହି କଲୋନିରୁ ଗତ ଦୁଇ ବର୍ଷ ପୂର୍ବେ ଗୋଟିଏ ମୋଟର ସାଇକେଲ ଚୋରି ହୋଇଥିଲା ଘର ମାଲିକ ପୋଲିସ କୁ ଜଣାଇଥିଲେ ଓ ଗାଡି ମାଲିକ ଏକ ଏଫାୟାର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା ଚୋର ନା ବାଇକର କୌଣସି ସନ୍ଧାନ।ଦିନକୁ ଦିନ ଏଭଳି ଅନେକ ଚୋରି ଘଟଣା ବ୍ୟାସନଗର ପୌର ଅଞ୍ଚଳରେ ବଢ଼ିବାରେ ଲାଗିଛି ନା ଅଞ୍ଚଳରେ ପୋଲିସ ପ୍ରଶାସନ ତରଫରୁ ପେଟ୍ରୋଲିଂ ନା କୌଣସି ଯାଞ୍ଚ।ପ୍ରଶାସନ ଟିକେ ଏଥିପ୍ରତି ଧ୍ୟାନ ଦେଲେ ସାଧାରଣ ଜନତା ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ନିଜ ଜିନିଷ ବି ସୁରକ୍ଷିତ ମଣିପାରନ୍ତେ।ସି ସି ଟିଭି ଫୁଟେଜ ଜରିଆରେ ଚୋର କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ଜନସାଧାରଣ ଙ୍କୁ ଟିକେ ଅଶ୍ୱସ୍ତି ମିଳିପାରନ୍ତା।ଏବେ ଅପେକ୍ଷା ରେ ପ୍ରଶାସନ ର ତତ୍ପରତାକୁ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close