‘ଇନ୍‌ଟାକ୍‌’ ପକ୍ଷରୁ ବାଲେଶ୍ୱର ସିଦ୍ଧି ବିନାୟକ ବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା

ବାଲେଶ୍ୱର, ୨୮/୦୮(ଅଖିଳ ଚନ୍ଦ୍ର ଦାସଙ୍କ ଠାରୁ): ‘ଇନ୍‌ଟାକ୍‌’ ବାଲେଶ୍ୱର ଚାପ୍‌ଟର ତରଫରୁ ସର୍ବଭାରତୀୟ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ‘କୁଇଜ୍‌’ ପ୍ରତିଯୋଗିତା ସ୍ଥାନୀୟ ବିନାୟକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମେ ଲିଖିତ ଓ ପରେ ମୈାଖିକ ପରୀକ୍ଷାରେ ବାଲେଶ୍ୱର ସହରର ବିଭିନ୍ନ ବିଦ୍ୟାଳୟର ୧୦୧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ‘ଇନ୍‌ଟାକ୍‌’ ବାଲେଶ୍ୱର ଚାପ୍‌ଟର ମୁଖ୍ୟ ଆବାହକ ଉଦୟ ରଂଜନ ଦାସ ଏଥିରେ ଯୋଗ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିବା ପିଲାମାନଙ୍କୁ ଅନୁଷ୍ଠାନର ନିୟମାବଳୀ ଓ ଉଦ୍ଦେଶ୍ୟ ସଂର୍ପକରେ ପ୍ରଥମେ ଅବଗତ କରାଇଥିଲେ । ଲିଖିତ ପରୀକ୍ଷା ଉପରାନ୍ତେ କ୍ରମାନୁକ୍ରମେ ସର୍ବାଧିକ ନମ୍ବରରେ ୦୫ଟି ୦୨ଜଣିଆ ଭାଗରେ ୧୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍ ମାଷ୍ଟର ଭି. ଉଦୟ କୁମାରଙ୍କ ଦ୍ୱାରା ମୈାଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସଂଜିବନି ସାଜୀ ଓ ଆର୍ଯ୍ୟଶ୍ରୀ ଦାସଅଧିକାରୀ, ୨ୟ ସ୍ଥାନ ଅଧିକାର କରିଥିଲେ ପ୍ରୀତମଜ୍ୟୋତି ବିଶ୍ୱାଳ ଓ ସୈାମୀତ୍ର କୁମାର ଦେ ଏବଂ ୩ୟରେ ଥିଲେ ସ୍ନିଗ୍ଧାସୁମନ ପଣ୍ଡା ଓ ମୋନାଲି ବିଶ୍ୱାଳ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା, ବରିଷ୍ଠ ଶିକ୍ଷକ ସନତ କୁମାର ନାୟକ ଏବଂ ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ସଂପାଦନା କରିଥିଲେ । ଏଥିସହ ‘ଇନ୍‌ଟାକ୍‌’ ବାଲେଶ୍ୱର ଚାପ୍‌ଟର ସଭ୍ୟ ଓ ସଭ୍ୟା ଯଥା-ଅତିରିକ୍ତ ସହ-ଆବାହକ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଭାବଗ୍ରାହୀ ମହାନ୍ତି, ଅଖିଳ କୁମାର ଦାସ, ସତ୍ୟନାରାୟଣ ନନ୍ଦ, ହରେନ ରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close