
“ବ୍ୟାସନଗର ପ୍ରେସ ଫୋରମ”ର ଦ୍ୱିବାର୍ଷିକ କର୍ମକର୍ତା ନିର୍ବାଚନ; ଅଭୟ ପତି ସଭାପତି ଓ ମଳୟ ମଲ୍ଲିକ ସାଧାରଣ ସଂପାଦକ ନିର୍ବାଚିତ
ବ୍ୟାସନଗର, ୨୪/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ “ବ୍ୟାସନଗର ପ୍ରେସ ଫୋରମ”ର ସାଧାରଣ ପରିଷଦ ବୈଠକ ଆଜି ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଦଳା ସ୍ଥିତ ଜେମ୍ସ ସ୍କୁଲ କ୍ୟାମ୍ପସରେ ଥିବା ଫୋରମ କାର୍ଯ୍ୟାଳୟରେ ବସି ଆସନ୍ତା ୦୨ ବର୍ଷ ପାଇଁ କର୍ମକର୍ତା ଚୟନ ମନୋନୀତ ପ୍ରକ୍ରିୟାରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଭ୍ୟ ଦୟାନିଧି ନାୟକ ଓ ନିତ୍ୟାନନ୍ଦ ମହାଳିକଙ୍କ ଅଧ୍ୟକ୍ଷତାରେ ଏହା ସଂପନ୍ନ ହୋଇଥିଲା । ଫୋରମର ସଭାପତି ଭାବେ ପୁନଶ୍ଚ ଅଭୟ ପତି ମନୋନୀତ ହୋଇଥିବା ବେଳେ ମଳୟ କୁମାର ମଲ୍ଲିକଙ୍କୁ ସାଧାରଣ ସଂପାଦକ ଭାବେ ବଛାଯାଇଥିଲା । ନୂତନ ଦ୍ୱି-ବାର୍ଷିକ କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ନିତ୍ୟାନନ୍ଦ ମହାଳିକ, ଉପ-ସଭାପତି ଭାବେ ଦୟାନିଧି ନାୟକ ଓ ଜ୍ଞାନରଂଜନ ଓଝାଙ୍କୁ ନିଆଯାଇଛି । ସେହିପରି ସଂପାଦକ ଭାବେ ଯଜ୍ଞଦତ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ଅଜୟ ସାହୁ, କାର୍ଯ୍ୟାଳୟ ସଂପାଦକ ଭାବେ ବାଇଧର ମାଝୀ ମନୋନୀତ ହୋଇଛନ୍ତି । କାର୍ଯ୍ୟନିର୍ବାହୀ ପରିଷଦକୁ ଆଶୁତୋଷ ମିଶ୍ର, ଅଶୋକ ସାମନ୍ତସିଂହାର, ମାନସ ରଂଜନ ଆଇଚ, ସଂଜୟ ସରକାର, ଚିତରଂଜନ ବୋଇତାଇଙ୍କୁ ସ୍ଥାନିତ କରାଯାଇଛି । ପୁନଶ୍ଚ, ଦୀପକ ଦାଶ, ଆଶିଷ ରାଉତ, ରୁଦ୍ରପ୍ରତାପ ପାଢ଼ୀଙ୍କୁ ସମ୍ମାନୀୟ ସଦସ୍ୟ ଭାବେ ଏହି କମିଟିରେ ନିଆଯାଇଛି । ପୂର୍ବ ବର୍ଷମାନଙ୍କ ପରି ଚଳିତ ଓ ଆଗାମୀ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଫୋରମ ଲକ୍ଷ୍ୟ ରଖିଛି ନୂତନ ସାଧାରଣ ସଂପାଦକ ଶ୍ରୀ ମଲ୍ଲି୍କ ଓ ଅନ୍ୟ ସଦସ୍ୟମାନେ ଆଶା ବ୍ୟକ୍ତ କରିଛନ୍ତି । ବୃକ୍ଷରୋପଣ, ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ, କ୍ରିକେଟ ଟୁର୍ଣ୍ଣାମେଂଟ, ବାର୍ଷିକୋତ୍ସବ ଓ ବାର୍ଷିକ ବଣଭୋଜି ଆଦି ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି । ଶେଷରେ ବାଇଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।