ଓଡ଼ିଶା କ୍ଷେତ୍ରୀୟ ଇ.ଏସ.ଆଇ.ସିର ମେଡିକାଲ ବୋର୍ଡ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୮/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅର୍ନ୍ତଗତ ଓଡ଼ିଶା କ୍ଷେତ୍ରୀୟ ଇ.ଏସ.ଆଇ.ସି (ରାଜ୍ୟ କର୍ମଚାରୀ ବୀମା)‘ମେଡିକାଲ ବୋର୍ଡ’ ବୈଠକ ସ୍ଥାନୀୟ ବାୟାବାବା ଛକ ସ୍ଥିତ ଆଂଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗତ କାଲି ୧୭/୮ରେ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପାର୍ଥ ସାରଥି ପଣ୍ଡା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାରୀରିକ ଅକ୍ଷମତା ପାଇଁ କେଉଁ ହାରରେ ଉପଭୋକ୍ତାଙ୍କ ରୋଜଗାର କମୁଛି ତା’ ଉପରେ ଆକଳନ କରି ଏହାର ସମାଧାନ ପାଇଁ ମାର୍ଗଦର୍ଶନ କରିଥିଲେ । ଏହି ବୈଠକରେ ୪୦-୫୦ଜଣ ଉପଭୋକ୍ତା ଭାଗ ନେଇଥିଲେ । ସମସ୍ତଙ୍କ ପାଇଁ ଇ.ଏସ.ଆଇ.ସି ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ସବୁଠୁ ଆକର୍ଷଣର ବିଷୟ ଥିଲା ଖୋଦ୍ ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ଉତ୍ସୁକତାର ସହ ତାଙ୍କ କର୍ମଚାରୀମାନଙ୍କ ସହ ମିଶି ବୈଠକରେ ଭାଗ ନେଇଥିବା ଉପଭୋକ୍ତାମାନଙ୍କୁ ଖାଦ୍ୟ ପରସିଥିଲେ । ବିଭାଗକୁ କିପରି ରାଜ୍ୟରେ ଲୋକପ୍ରିୟ କରିହେବ ଓ ବିଧି ବ୍ୟବସ୍ଥା ମଧ୍ୟରେ ବିଭାଗ କିପରି ତୃଣମୂଳ ସ୍ତରରେ ପହଂଚିବ ସେଥିଲାଗି ଶ୍ରୀଯୁକ୍ତ ପଣ୍ଡା ଚେଷ୍ଟିତ ଥିବାର ପରିଲକ୍ଷିତ ହୁଏ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close