
ଅଖଣ୍ଡ ଭାରତର ବାର୍ତା ଦେଉଚ୍ଥି ତ୍ରିରଙ୍ଗା: ଯାଜପୁର ଜିଲ୍ଲାପାଳ
ଯାଜପୁର, ୧୮ା୮ : ତ୍ରିରଙ୍ଗା ଆମ ଗର୍ବ ଓ ଗୈାରବର ପ୍ରତୀକ । ସାରା ଦେଶ ଆଜି ସ୍ୱଧୀନତାର ‘ଅମୃତ ମହୋତ୍ସବ’ ପାଳନ କରୁଛି । ଶାନ୍ତି, ମୈତ୍ରୀ, ବିବିଧତା ମଧ୍ୟରେ ଏକତା, ଭାଇଚାରା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଖଣ୍ଡ ଭାରତର ବାର୍ତା ଦେଉଚ୍ଥି ତ୍ରିରଙ୍ଗା । ତେଣୁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଗଠନରେ ପ୍ରତ୍ୟେକ ଭାଗିଦାରୀ ହେବାକୁ ପବିତ୍ର ସ୍ୱାଧୀନତା ଦିବସରେ ଆହ୍ୱାନ ଦେଇଚ୍ଥନ୍ତି ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର । ସୋମବାର ୭୬ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଜିଲ୍ଲା ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ରାଠୋର ଜାତୀୟ ପତାକା ଉତୋଳନ କରିଥିଲେ । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କର ତ୍ୟାଗପୂତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ଓଡିଶା ତଥା ଯାଜପୁରର ସ୍ୱାଧୀନତା ସଂଗ୍ରାମର ସ୍ମୃତି ଚାରଣ କରି ଜିଲ୍ଲାର ସଂଗ୍ରାମୀ ମାୟାଧର ଭୂୟାଁ , ସାନନ୍ଦ ସ୍ୱାଇଁ, ସାଉଁଟି ମଲ୍ଲିକ ଓ ହାଡିବନ୍ଧୁ ପଣ୍ଡାଙ୍କ ବୀରତ୍ୱକୁ ସ୍ମରଣ କରିଥିଲେ । ଦେଶ ସ୍ୱାଧୀନତା ଲାଭ କରିବା ପରେ ଅନେକ ବିକାଶ ରାଜ୍ୟ ଓ ଦେଶରେ ଘଟିଚ୍ଥି । ସରକାର ମଧ୍ୟ ଅନେକ ଜନ କଲ୍ୟାଣ ଯୋଜନା କରିଚ୍ଥନ୍ତି । ସରକାରୀ କାର୍ଯ୍ୟରେ ସ୍ୱଚ୍ଚ୍ଥତା, ସମନ୍ୱୟ, ସମୟାନୁବର୍ତିିତା, ବୈଷୟିକ ଜ୍ଞାନର ଉପଯୋଗ, ରୂପାନ୍ତକରଣ ପାଇଁ ୫ଟି ପ୍ରଣୟନ ସହ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବାକୁ ସରକାରଙ୍କ ସହ ଯାଜପୁରକୁ ଏକ ବିକଶିତ ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଶ୍ରୀ ରାଠୋର ଅନୁରୋଧ କରିଥିଲେ । ସରକାର ଧାର୍ଯ୍ୟ କରିଥିବା କୋଭିଡ ମାର୍ଗଦର୍ଶିକା ଆଧାରରେ ସ୍ୱାଧୀନତା ଦିବସ ଆୟୋଜିତ ହୋଇଥିଲା । ଆରକ୍ଷୀ ବିଭାଗର ଗୋଟିଏ ପ୍ଳାଟୁନ ଯୋଗ ଦେଇଥିବା ବେଳେ ପୋଲିସ ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୨ ଜଣ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଚ୍ଥ, ଊତରୀୟ ଓ ପ୍ରଶଂସା ପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ । ପୂର୍ବରୁ ମୁଖ୍ୟ ଅତିଥି ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତି ଓ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହିପରି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଊପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପତାକା ଉତୋଳନ କରାଯାଇଥିଲା । ଊତ୍କଳ ବାଳାଶ୍ରମ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଜାତୀୟ ପତାକା ଊତୋଳନ କରିଥିଲେ । ପ୍ରତ୍ୟୁଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଊପସଭାପତି ଗଣେଶ୍ୱର ବରାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଊପଜିଲ୍ଲାପାଳ ଗୋପୀନାଥ କୁଅଁର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଂଚି ନାରାୟଣ ବାରିକ, ଡା. ସୁଧାଂଶୁ ଶେଖର ବଳ, ଡା. ଅନୁପ କୁମାର ନାଥଶର୍ମା, ଜିଲ୍ଲା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାସ ଚନ୍ଦ୍ର ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବାଳାଶ୍ରମ ଓ ଜେଲର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ସମାରୋହର ସମସ୍ତ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ସଂସ୍କୃତି ଭବନ, ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତି ସ୍ଥଳ. ଜିଲ୍ଲା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା ।