ଅଗଷ୍ଟ ୧୬ ତାରିଖରୁ ହେଲମେଟ ଚେକିଂ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର : ୧୬/୦୮ (ଜ୍ୟୋତି ରଞ୍ଜନଙ୍କ ଠାରୁ ) : ରାଜ୍ୟ ପରିବହନ ବିଭାଗ ତରଫରୁ ଅଗଷ୍ଟ ୧୬ ତାରିଖରୁ ହେଲମେଟ ଚେକିଂ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଯାଇଛି। ଅମାନିଆ ଙ୍କୁ ସାବାଡ଼ କରିବାକୁ ଏହି ସ୍ୱତନ୍ତ୍ର ପ୍ରୟାସ। ଏଣିକି ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଖିଲାପୀ ବାଇକ୍ ଚାଳକଙ୍କୁ କ୍ଷମା ମିଳିବ ନାହିଁ। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି।ଏଥି ସହିତ ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ତାଙ୍କ ପଛରେ ବସୁଥିବା ସହଯାତ୍ରୀ ହେଲମେଟ୍ ନ ପିନ୍ଧିଥିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ ବାତିଲ୍ କରିବାର ବ୍ୟବସ୍ଥା ମୋଟର ଯାନ ଆଇନରେ ଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ପରିବହନ କମିସନର ନିଷ୍ପତ୍ତି ନେଇଛନ୍ତି। ଏକ ସ୍ୱତନ୍ତ୍ର ସର୍ଭେରୁ ଜଣାପଡ଼ିଛି ଯେ ୩୩% ବାଇକ ଚାଳକଙ୍କ ମୃତ୍ୟୁ କେବଳ ବିନା ହେଲମେଟ୍ ଯୋଗୁ ହିଁ ହୋଇଛି। ଦିନକୁ ଦିନ ବାଇକ୍ ଚାଳକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଥିବାରୁ ଏହା ରାଜ୍ୟ ପାଇଁ ଏକ ଉଦବେଗଜନ ପ୍ରସଂଗ ହୋଇଛି। ଏଣୁ ଅଗଷ୍ଟ ୧୬ରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ କଡ଼ାକଡ଼ି କରାଯିବାକୁ ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଚଢ଼ଉ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ଆରଟିଓ ପୁଲିସ ସହାୟତା ପାଇଁ ଜିଲ୍ଲା ସ୍ତରରେ ଏସପିଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବେ।
ଏହି ଚଢ଼ଉ କାର୍ଯ୍ୟକ୍ରମରେ ଅତିରିକ୍ତଆରଟିଓ (ଏନଫୋର୍ସମେଣ୍ଟ) / ଅତିରିକ୍ତ ଏମଭିଆଇ / କନିଷ୍ଠ ଏମଭିଆଇ/ଟ୍ରାଫିକ ଇନସ୍ପେକ୍ଟର/ଟ୍ରାଫିକ ଏସଆଇ ସାମିଲ ହେବେ। ଆରଟିଓ ଏବଂ ଏମଭିଆଇ ଏହି ଚଢ଼ଉକୁ ଅନୁଧ୍ୟାନ କରିବେ। ଧାର୍ୟ୍ୟ ତାରିଖ ପରେ ଆରଟିଓ ଵାରି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ କେତେ ସଂଖ୍ୟାର ଖିଲାପୀ କେଉଁ ସ୍ଥାନରେ ଧରାପଡ଼ିଲେ, କେଉଁମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି, କେତେ ଜଣଙ୍କ ବିରୋଧରେ ଚାଲାଣ ଜାରି କରାଯାଇଛି, ସେ ସମ୍ପର୍କିତ ଏକ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବାକୁ ପରିବହନ କମିସନରଙ୍କ କାର୍ୟ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦୁର୍ଘଟଣା ରୋକିବାରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close