![](https://udayabataenews.com/r3e/uploads/2022/08/IMG_20220811_230300-658x405.jpg)
ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ -ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
ଭୁବନେଶ୍ୱର ; ୧୧/୦୮ (ଜ୍ୟୋତି ରଞ୍ଜନ ଙ୍କ ଠାରୁ ) : ବଦଳିଲା ନିଷ୍ପତ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହରେ ଭାଗ ନେବେ ଛାତ୍ରଛାତ୍ରୀ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୭୬ ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ । ସମସ୍ତ ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ହେବ ସ୍ୱାଧୀନତା ଦିବସ ପାଳନ ଉତ୍ସବରୁ ଦୂରେଇ ରହୁଥିବା ଛାତ୍ରଛାତ୍ରୀ ଏଥର କିନ୍ତୁ ଏହି ଉତ୍ସବରେ ସାମିଲ ହେବେ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ମାତ୍ର ଏହି ସମୟରେ କୋଭିଡ ଗାଇଡଲାଇନ୍ କଡ଼ାକଡ଼ି ଭାବେ ପାଳନ ହେବ। ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ସମସ୍ତ ତଦାରଖ କରିବେ।