ବନବିଭାଗର ଚଢଉ କାଠ ସହିତ ଗାଡି ଜବତ ୧ ଗିରଫ

ଠାକୁରମୁଣ୍ଡା; ୦୯/୦୮ ( ଲକ୍ଷ୍ମି ନାରାୟଣ ରାଉତ ରାୟଙ୍କ ଠାରୁ) : ବନବିଭାଗର ଚଢଉ କାଠ ସହିତ ଗାଡି ଜବତ ୧ ଗିରଫ ।ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବଣ୍ୟ ପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଯାମୁନଣ୍ଡା ନିକଟବର୍ତ୍ତୀ ବାଉଁଶଡିହା ଜଙ୍ଗଲରେ ବନ ବିଭାଗର ଅତର୍କିତ ଚଢ଼ାଉରେ ୮ ଶାଳ ଲଗ ସହିତ ୨ ଗାଡି ଜବତ ଓ ଜଣେ ଆସାମୀ ଗିରଫ ହୋଇଥିବା ଜଣାପଡିଛି l ସାତକୋଶିଆ ଓ ଠାକୁରମୁଣ୍ଡା ବନାଞ୍ଚଳ କର୍ମଚାରୀଙ୍କ ମିଳିତ ଚଢ଼ାଉ ସମୟରେ ଗାଡି ଛାଡି କାଠ ଚୋର ଖସି ଯାଇଥିଲେ ମଧ୍ୟ ଜଣକୁ କାବୁ କରିବାରେ ସମର୍ଥ ହୋଇଥିଲେ କର୍ମଚାରୀ l ୮ଟି ଶାଳ ଗଣ୍ଡି ସହ ପିକଅପ ଏବଂ ତାକୁ ସୁରକ୍ଷା ପ୍ରଦାନ କରୁଥିବା ଇଣ୍ଡିକା ଇସିଏସ ଗାଡି ମଧ୍ୟ ଜବତ ହୋଇଛି l ଜବଦ କାଠ 40.44 ସିଫ୍ଟ ଓ ଆନୁମାନିକ 50 ହଜାର ଟଙ୍କାର ବୋଲି ସୂଚନା ମିଳିଛି l ଆସାମୀ ରଞ୍ଜନ କୁମାର ଦଳେଇ (24) ରାମଚନ୍ଦ୍ରପୁର ଥାନା ବାଟ ଗ୍ରାମର ମଥୁରୀ ଦଳେଇଙ୍କ ପୁଅ ବୋଲି ଜଣାପଡିଛି l ଆସାମୀକୁ କୋର୍ଟ ଚାଲାଣ କରାଯାଇଛି l ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତଙ୍କ ନେତୃତ୍ୱରେ ବନପାଳ ଗିରିଜା ନନ୍ଦନ ଦଳେଇ, ବିଶ୍ୱଜିତ ମହାନ୍ତ, ତପନ କୁମାର ମହାନ୍ତ, ବନରକ୍ଷୀ ମନୋଜ କୁମାର ବେହେରା ଏବଂ ସୁରକ୍ଷା ସହଯୋଗୀ ଚଢ଼ାଉରେ ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close