Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ନୂଆ ନିୟମରେ ହେବ ଭୋଟର ତାଲିକା

ଯାଜପୁର; ୦୩/୦୮(ନି ପ୍ର ) : ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମାନୁସାରେ ତ୍ରୁଟି ଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ହେବ । ସେଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ମିନି କନ୍‌ପଂରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାରେ ଥିବା ବିଭିନ୍ନ ରାଜନୈତିକ ଦଳର ସଭାପତି/ଊପସଭାପତି ମାନେ ଊପସ୍ଥିତ ଥିଲେ । ଅତୀତରେ କେନ୍ଦ୍ର ସରକାର ଲୋକ ପ୍ରତିନିଧି ଅଧିନିୟମ ୧୯୫୦ ଏବଂ ପ୍ରତିନିଧି ଅଧିନିୟମ ୧୯୫୦ ର ସଂଶୋଧନ କରିଚ୍ଥନ୍ତି । ସଂଶୋଧିତ ନୂଆ ନିୟମ ଅନୁଯାୟୀ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୪ ଟି ଯୋଗ୍ୟତା ସୂଚକ ତାରିଖ ରହିବ । ପୂର୍ବରୁ କେବଳ ନୂତନ ଭୋଟର ମାନଙ୍କ ପାଇଁ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ଭାବରେ ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ଧରାଯାଊଥିଲା । ନୂତନ ନିୟମାନୁସାରେ ଯେଊଁ ନୂଆ ଭୋଟର ମାନଙ୍କ ବୟସ ଜାନୁୟାରୀ ୧ ତାରିଖ. ଏପ୍ରିଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହେଊଥିବ, ସେମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାପାଇଁ ଯୋଗ୍ୟ ବିବେଚିତ ହେବେ । ପଂଳରେ ଯୁବ ତଥା ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନିଜର ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ଜିଲ୍ଲାପାଳ କହିଚ୍ଥନ୍ତି । ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ମାନଙ୍କ ଆଧାର ନମ୍ୱରକୁ ସ୍ୱେଚ୍ଚ୍ଥାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବା ନିମନ୍ତେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଚ୍ଥନ୍ତି ।ଏହାର ଶୁଭାରମ୍ଭ ୧ା୮ା୨୦୨୨ ରିଖରୁ ହୋଇଅଚ୍ଥି । ପଂଳରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସହ ଦୋହରା ଭୋଟରଙ୍କୁ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କହିଚ୍ଥନ୍ତି । ପଂର୍ମ ଗୁଡିକରେ ସଂଶୋଧନ କରାଯାଇ ନୂତନ ପଂର୍ମ ନଂ-୬ ରେ ଭୋଟର ମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜିକରଣ ନିମନ୍ତେ ଆବେଦନ କରିପାରିବେ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ ନିମନ୍ତେ ପଂର୍ମ ନଂ-୮ ର ବ୍ୟବହାର କରାଯିବ । ପୂର୍ବ ଭଳି ପଂର୍ମ ନଂ-୭ ରେ ଭୋଟର ତାଲିକାରୁ ନାମ ବାଦ ଦିଆଯାଇପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଚ୍ଥନ୍ତି । ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ମାନଙ୍କୁ ଭୋଟର ହେଲ୍ପ ଲାଇନ ଆପ୍ ଜରିଆରେ ନିଜର ଭୋଟର ପରିଚୟପତ୍ର ସହିତ ଆଧାର ନମ୍ୱରକୁ ସ୍ୱେଚ୍ଚ୍ଥାକୃତ ଭାବେ ସଂଯୋଗ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଊପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଗୋପୀନାଥ କୁଅଁର ଏବଂ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ଊପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close