କୋଭିଡ କଟକଣା ମଧ୍ୟରେ ପାଳିତ ହେବ ୭୬ ତମ ସ୍ୱାଧୀନତା ଦିବସ

ଯାଜପୁର, ୦୨/୦୮ (ନି ପ୍ର ) : ୭୬ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଚ୍ଥି । ସୋମବାର ଅପରାହ୍ନରେ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ସଂପ୍ରତ୍ତି କୋଭିଡ ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ସ୍ୱାଧୀନତା ଦିବସରେ ବୃହତ୍ ଜନ ସମାବେଶକୁ ବାରଣ କରିଚ୍ଥନ୍ତି । ତେଣୁ ସରକାରଙ୍କ ନିୟମାବଳୀକୁ କଡାକଡି ପାଳନ ସହ କେବଳ ସୀମିତ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱଳ୍ପ ସଂଖ୍ୟକ କୋଭିଡ ଯୋଦ୍ଧା ଓ ବ୍ୟକ୍ତି ବିଶେଷଙ୍କ ଊପସ୍ଥିତିରେ ଦିବସ ପାଳନ କରାଯିବ ବୋଲି ଶ୍ରୀ ରାଠୋର ସୂଚନା ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ସର୍ବ ସମ୍ମତ ନିଷ୍ପତ୍ତି ଗ୍ରହଣ କରାଗଲା । ଚଳିତ ବର୍ଷର ସ୍ୱାଧୀନତା ଦିବସ ଯାଜପୁର ଜିଲ୍ଲା ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ । ଅଗଷ୍ଟ ୧୫ ତାରିଖ ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ । ପୂର୍ବାହ୍ନ ଘ. ୭.୩୦ ମିନିଟ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ଓ ଶିଳ୍ପାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ ଘ. ୯.୦୫ ମିନିଟରେ ଦିବସର ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ସ୍ୱଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ଗାନ୍ଧି ଚ୍ଥକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ପୂର୍ବାହ୍ନ ଘ. ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା ସ୍କୁଲ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପତାକା ଊତ୍ତୋଳନ ସମୟରେ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ପରିବେଷଣ କରାଯିବ । ପ୍ୟାରେଡରେ କେବଳ ଆରକ୍ଷୀ ବାହିନୀ ଅଂଶ ଗ୍ରହଣ କରିବେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି କରାଯିବ ବୋଲି ସ୍ଥିର ହୋଇଚ୍ଥି । ଉତ୍ସବ ପଡିଆ, ପ୍ରତିମୂର୍ତ୍ତିି ସ୍ଥଳକୁ ସପାଂ ସୁତୁରା, ପ୍ରତିମୂର୍ତ୍ତିରେ ରଙ୍ଗ ଦେବା କାର୍ଯ୍ୟ ଯାଜପୁର ପୈାର ପାଳିକା, ଉତ୍ସବ ପଡିଆରେ ମଞ୍ଚ ସଜ୍ଜା, ବସିବା ବ୍ୟବସ୍ଥା ଇତ୍ୟାଦି ପୂର୍ତ୍ତ ବିଭାଗ, ପଡିଆକୁ ସାନିଟାଇଜ କରିବା ବ୍ୟବସ୍ଥା, ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ଊପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଚ୍ଥି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍‌., ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ।ଏ.ଡି.ଏମ୍‌.ଓ. ଡା. ଏସ୍‌.ପି. ସାହୁ , ଏସ୍‌.ଡି.ପି.ଓ. ସରୋଜ କୁମାର ଊପାଧ୍ୟାୟ, ପୈାର ନିର୍ବାହା ଅଧିକାରୀ ସୂର୍ଯ୍ୟମଣ ପାଟ୍ଟଯୋଷୀ, ପୋଲିସ ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାରାଣ୍ଡି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ କୁମାର ଲେଙ୍କା, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ମଣ୍ଡଳ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ, ଊଦ୍ୟାନ ବିଭାଗର ହରମୋହନ ମହାପାତ୍ର, ସହକାରୀ ଯନ୍ତ୍ରୀ, ପି.ଏଚ୍‌.ଡି. ଅବନି କୁମାର ଖୁଣ୍ଟିଆ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା କରିବା ସହ ବିଗତ ବର୍ଷର ବିବରଣୀ ସଂପର୍କରେ ସୂଚନା ଦେଇଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close