
ମାଟ୍ରିକ ଟପରଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ତରପଂରୁ ସମ୍ୱର୍ଦ୍ଧନା
ଯାଜପୁର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ସପଂଳତା ହାସଲ କରିଥିବା ୩ ଜଣ ପ୍ରତିଭାବାନ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରପଂରୁ ସମ୍ୱର୍ଦ୍ଧିତ କରାଯାଇଚ୍ଥି । ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଳ୍ିକ ଅଧ୍ୟକ୍ଷତା କରି ସର୍ବୋଚ୍ଚ ନମ୍ୱର ରଖିଥିବା ୩ ଜଣ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଅଭିଭାବକ ଏବଂ ପଢୁଥିବା ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ପିଲାମାନଙ୍କର ସପଂଳତା ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ଭବିଷ୍ୟତରେ ଊଚ୍ଚ ଶିକ୍ଷା ଲାଭକରି ଜଣେ ଭଲ ମଣିଷ ହେବା ସଂଗେ ସଂଗେ ଆମ ଜିଲ୍ଲା ଓ ରାଜ୍ୟର ଗୈାରବ ବଢାଇବେ ବୋଲି ଶ୍ରୀ ମଲ୍ଳ୍ିକ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଚଳିତ ବର୍ଷ ଆମ ଜିଲ୍ଳ୍ାରେ ପାଶ୍ ହାର ୯୩ ପ୍ରତିଶତ ରହିଥିବା ବେଳେ ରାଜ୍ୟ ପାଶ୍ ହାର ୯୧.୫୫ ରହିଚ୍ଥି ଏବଂ ଚଳିତ ବର୍ଷ ଇ-୧ ର୍ୟାଙ୍କରେ ୪୭୧ ଜଣ ଚ୍ଥାତ୍ର ଚ୍ଥାତ୍ରୀ ରହିଚ୍ଥନ୍ତି, ଯାହା ଆମ ଜିଲ୍ଲା ପାଇଁ ବଡ ସପଂଳତାର ବାର୍ତା ବହନ କରେ ବୋଲି କହିଥିଲେ । ବରୀ ବ୍ଳ୍କ ଅନ୍ତର୍ଗତ ମହେଶ୍ୱର ମଲ୍ଲ ହାଇସ୍କୁଲ, ଶୁକଳର ଚ୍ଥାତ୍ରୀ ସର୍ବମୋଟ ୫୯୦ ନମ୍ୱର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭବିଷ୍ୟତରେ ଜଣ ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାପାଇଁ ଆଶା ରଖିଚ୍ଥନ୍ତି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (କଲେଜ ଚ୍ଥକ), ଯାଜପୁରର ଚ୍ଥାତ୍ରୀ ଦିବ୍ୟାଶା ପଣ୍ଡା ୫୮୯ ନମ୍ୱର ରଖି ଦ୍ୱିତୀୟ ସ୍ଥାନ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସିଂହପୁରର ଚ୍ଥାତ୍ର ଓମ୍ ପ୍ରକାଶ ରଥ ୫୮୫ ନମ୍ୱର ରଖି ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତିା ଊଭୟ ଭବିଷ୍ୟତରେ ଡାକ୍ତର ହୋଇ ଜନ ସେବା କରିବେ ବୋଲି ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କରିଥିଲେ । ସମସ୍ତ କୃତି ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଳ୍ିକ ପୁଷ୍ପଗୁଚ୍ଚ୍ଥ ଓ ଟ୍ରପିଂ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶଶିଧର ସିଂ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ବିଷ୍ଣୁ ଚରଣ ପଣ୍ଡା, ଜିଲ୍ଲା ସଂଯୋଜକ ଜ୍ୟୋସ୍ନାମୟୀ ଧଳ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଓ ବହୁ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।