
ଆମେରିକାରେ ଆକାଶ ଦାସନାୟକଙ୍କ କାର୍ଯ୍ୟକ୍ରମ
ବ୍ୟାସନଗର, ୦୮/୦୭: ଓଡିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଦିଗ୍ଦର୍ଶନରେ ଆଗେଇ ଚାଲିଥିବା ରାଜ୍ୟ ସରକାରଙ୍କ ଏହି ପ୍ରମୁଖ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଡି ହେଉଛନ୍ତି । ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସେମାନଙ୍କର ବୌଦ୍ଧିକ ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଓଡିଆ ସୋସାଇଟି ଅଫ୍ ଦ’ ଆମେରିକାସ୍ (ଓସା)ର ସଦସ୍ୟଙ୍କୁ ଏହି ମହତ ଅଭିଯାନରେ ସାମିଲ ହେବା ପାଇଁ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ଓସା ପକ୍ଷରୁ ଏହାର ୫୩ ତମ ସମ୍ମିଳନୀ ଆଭାସିରେ ଆୟୋଜିତ ହୋଇଛି । ଆମେରିକାର କାଲିଫର୍ଣ୍ଣିଆ, ସାକ୍ରାମେଂଟୋ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ଉଚ୍ଚଶିକ୍ଷା ଧାରାକୁ ଆଉ ଏକ ସୋପାନକୁ ନେବା ପ୍ରସଙ୍ଗରେ ଏକ ଆଲୋଚନା ହୋଇଥିଲା । ବିଧାୟକ ଅରୁଣ କୁମାର ସାହୁ କହିଥିଲେ ‘ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡିଶା ଏବେ ଏକ ନୂଆ ଦିଗକୁ ଯାଉଛି । ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ କଲେଜ ସହ ଯୋଡି ଏହି ଧାରାକୁ ଆଉ ଏକ ସୋପାନକୁ ନେବାରେ ଏକ ଅଭିନବ ପ୍ଲାଟଫର୍ମ ସାଜିଛି ‘ମୋ କଲେଜ’ ଅଭିଯାନ । ତେଣୁ ଆମେରିକା ଓ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆମାନେ ଏହି ଅଭିଯାନ ସହିତ ଯୋଡି ହୁଅନ୍ତୁ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ସମ୍ବଲପୁର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ର ପ୍ରଫେସର ମହାଦେଓ ଜୈଶୱାଲ, ସୋଆ ବିଶ୍ୱବିଦ୍ୟାଳୟର ପ୍ରପେସର ଦାମୋଦର ଆଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋପବନ୍ଧୁ ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ଡକ୍ଟର ଅଜୟ ମହାନ୍ତି ପ୍ରମୁଖ ସାମିଲ ଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର (ୟୁସି, ଡେଭିସ୍) ପ୍ରଫେସର ପ୍ରଶାନ୍ତ ମହାପାତ୍ର, ନିୟୁ ଜର୍ସି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଜେଆଇଟି)ର ପ୍ରଫେସର ଦୁର୍ଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market