
ବରୀ ରିଟେଲର ସଂଘ ପକ୍ଷରୁ ଦାବୀପତ୍ର
ବରୀ, ୦୫/୦୭(ବିଭୂତି ଭୂଷଣ ଜେନାଙ୍କ ଠାରୁ): ରାଜ୍ୟ ବ୍ୟାପି ଦିଆଯାଉଥିବା ରିଟେଲର ସଂଘର ଦାବୀପତ୍ର ପରୀପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ଏହାର ପ୍ରତିଫଳନ ଦେଖାଦେଇଛି । ଜିଲ୍ଲାର ୧୦ଟି ବ୍ଲକରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବରୀ ରିଟେଲର ସଂଘ ପକ୍ଷରୁ ୦୭ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ସ୍ଥାନୀୟ ବରୀ ବି.ଡି.ଓଙ୍କ ଅନୁପସ୍ଥିତିରେ ବ୍ଲକର ମୁଖ୍ୟ କିରାଣୀଙ୍କୁ ଗତ କାଲି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଅନ୍ନ ଯୋଜନା ବଂଟନ ବାବଦ ପାରଶ୍ରମିକ ପ୍ରଦାନ, ‘କରୋନା’ ସମୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାନ ଭୋଜନ ଚାଉଳ ବଂଟନ ବାବଦ ଅର୍ଥ ପ୍ରଦାନ, ଆକସ୍ମିକ ଦୁର୍ଘଟଣା ଓ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଘଟିଥିବା ରିଟେଲର ପରିବାରକୁ ପୁନଃ ନିଯୁକ୍ତି, ଏକକାଳୀନ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଖାଉଟି ସାମଗ୍ରୀ ପ୍ରଦାନ ଆଦି ୦୭ଟି ଦାବୀ ଉପରେ ବରୀ ରିଟେଲର ସଂଘ ତରଫରୁ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରାମଚନ୍ଦ୍ରପୁର ସ୍ଥିତ ରାମଶ୍ୱେର ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ବରୀ ବିଡିଓଙ୍କ କାର୍ଯ୍ୟାଳୟ ନିକଟରେ ପହଚିଂଥିଲା । ବରୀ ରିଟେଲର ସଂଘର ସଭାପତି ଉମାକାନ୍ତ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସଂଘର ସଂପାଦକ ଗଦାଧର ଦାସ, ଅଭିମନ୍ୟୁ ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ, ବନମାଳୀ ସାହୁ, ରମେଶ ଚନ୍ଦ୍ର ଶାନ୍ତି, ଅନନ୍ତ କୁମାର ଜେନା, ରଘୁନାଥ ଶର୍ମା, ହିମାଂଶୁ ଶେଖର ଖୁଂଟିଆ, ଅଶୋକ ପରମାଣିକ ପ୍ରମୁଖ ଯୋଗ ଦେଇ ଦାବୀ ପୂରଣ ପାଇଁ ଦୋହରାଇଥିଲେ ।