କୋରଇ ବ୍ଳ୍‌କରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର,୨୦/୦୬ (ନି ପ୍ର ) : ସୋମବାର ପୂର୍ବାହ୍ନରେ କୋରାଇ ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଚ୍ଥି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୨୨୯ ଗୋଟି ଅଭିଯୋଗ ମଧ୍ୟରୁ ୨୨୭ ଗୋଟି ବ୍ୟକ୍ତିଗତ, ୦୭ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିପଂ୍ ପାଣ୍ଠିରୁ ସହାୟତା ପାଇଁ ୦୬ ଗୋଟି, ସାମୁହିକ ୦୨ ଗୋଟି ଆବେଦନ ପତ୍ର ମିଳିଥିଲା । ତତ୍‌କ୍ଷଣାତ୍ ୧୪୯ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀ ମାନଙ୍କ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଗଲା । ପ୍ରକାଶ ଥାଊକି, ଚଳିତ ମାସ ୨୭ ତାରିଖ ସୋମବାର ଧର୍ମଶାଳା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଚ୍ଥନ୍ତି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର. ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କୋରାଇ ବି.ଡି.ଓ., ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି , କୋରାଇ ତହସିଲଦାର, ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close