ରାଜ୍ୟରେ ଖୋଲିଛି ବେସରକାରୀ ଶିକ୍ଷା ଅନୁଷ୍ଠାନ

ଭୁବନେଶ୍ୱର, ୨୦/୦୬ (ଜ୍ୟୋତି ରଞ୍ଜନଙ୍କ ଠାରୁ) : ରାଜ୍ୟରେ ଖୋଲିଛି ସମସ୍ତ ବେସରକାରୀ ଶିକ୍ଷା ଅନୁଷ୍ଠାନ । ପୁଣି ପିଲା ସ୍କୁଲ ଯାଇ ପାଠ ପଢ଼ିବେ। ରାଜ୍ୟରେ ସମସ୍ତ ସ୍କୁଲ୍‌ ନିର୍ଧାରିତ ସମୟ ଅନୁସାରେ ଖୋଲିସାରିଛି। ଆଜି ପିଲାଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଦେଖବାକୁ ମିଳିଥିଲା। ଯଦି ଗ୍ରୀଷ୍ମପ୍ରବାହ ଲାଗିରହେ ତେବେ ସ୍କୁଲରେ ପିଲାଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି।ସୂଚନାଯୋଗ୍ୟ ଯେ ଗତ ଦୁଇବର୍ଷ ହେବ ମହାମାରୀ କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ଏହାକୁ ଭରଣା କରିବା ଲାଗି ରାଜ୍ୟ ସରକାର ଖରାଛୁଟିକୁ କମାଇ ଦେଇଥିଲେ। ପୂର୍ବରୁ ପ୍ରାୟ ୨ମାସ ଖରାଛୁଟି ଦିଆଯାଉଥିବାବେଳେ ଏଥର ରାଜ୍ୟ ସରକାର ଙ୍କ ତରଫରୁ ୬ରୁ ୧୬ତାରିଖ ପର୍ଯ୍ୟନ୍ତ ମାତ୍ର ୧୧ଦିନ ପାଇଁ ଛୁଟି ଦିଆଯାଇଥିଲା। ତେବେ ସ୍କୁଲ ଛୁଟି ହେବା ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିଲା। ତେଣୁ ସକାଳୁଆ ପାଠପଢ଼ା ହେଉଥିଲା। ଏବେ ଯଦିଓ ଗୁଳୁଗୁଳି ହେଉଛି, କିନ୍ତୁ ଗ୍ରୀଷ୍ମପ୍ରବାହ କମିଯାଇଛି। ଏଥିସହିତ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚି ସାରିଛି କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି କୁହାଯାଉଛି ପିଲାଙ୍କ ପାଇଁ ନିଶ୍ଚିତ ରୂପେ ପାଗ ସ୍ୱଚ୍ଛଳ ରହିବ। ପୁଣି ପିଲା ଆନନ୍ଦ ଉତ୍ସାହର ସହ ବିଦ୍ୟାଳୟ ଆସି ପାଠ ପଢା ଜାରି ରଖିବେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close