ହିନ୍ଦୁ ସୁରକ୍ଷା ସେନା ଓ ଉଦୟବଟ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଯାଜପୁର ; ୦୬/୦୬( (ବସନ୍ତ କୁମାର ପାତ୍ରଙ୍କ ଠାରୁ): ହିନ୍ଦୁ ସୁରକ୍ଷା ସେନା ଓ ଉଦୟବଟର ମିଳିତ ସହଯୋଗରେ ଯାଜପୁର ଜିଲ୍ଲା ଜହ୍ନା ପଂଚାୟତର କୁରୁପାଦ ଗ୍ରାମରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଟି ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇ ଦିବା ୧ ଘଟିକା ପର୍ଯ୍ୟନ୍ତଚାଲୁ ରହିଥିଲା। ସେହି ଶିବିରରେ ଆଖ ପାଖ ଗ୍ରାମ ଯଥା ତାଳୁଙ୍ଗା, ତଲୁରି, ଜହ୍ନକଣା, ଜହ୍ନା, ଫର୍ତିପୁର, କୁରୁପାଦ ସୋଲପଟା, ବ୍ରାହ୍ମଣ ବiଡ଼ ଗ୍ରାମର ଲୋକ ପାଖାପାଖି ୫୦ ରୁ ଅଧିକ ଜଣ ନିଜ ନିଜ ର ଆଖି ମାଗଣାରେ ପରୀକ୍ଷା କରିଥିଲେ।ସେଥିରୁ ୬ଜଣ ପୁରୁଷ ଓ ୭ ଜଣ ମହିଳା ଚଣ୍ଡିଖୋଲ ସାଇ ନେତ୍ରମନ୍ଦିର ଚକ୍ଷୁ ଚିକିତ୍ସାଳୟ କୁ ଯାଇଥିଲେ। ଏହି ଶିବିରରେ ଚକ୍ଷୁ ମେଡିକାଲ ର ଡାକ୍ତର ଶ୍ରୀମନ୍ତ କୁମାର ସାହୁ, ଟେକନିସିଆନ ରୁବି ସେଠୀଙ୍କ ସହିତ ସ୍ଥାନୀୟ କୁରୁପଦା ଦୁର୍ଯ୍ୟଧନ ସାମଲ,ସୁଶାନ୍ତ ସାମଲ (ବଗ ), ପୂର୍ଣ୍ଣ ଦାସ, ନବଘନ ମଲିକ,ବାବନ ସେଠୀ ପ୍ରମୁଖ ସହଯୋଗ କରିଥିଲେ।ହିନ୍ଦୁ ସୁରକ୍ଷା ସେନା ଓ ଉଦୟବଟର ଏଭଳି ପ୍ରୟାସ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close