ମୟୂରଭଞ୍ଜରେ ଗୋଚାଲାଣ ମାଫିଆଙ୍କ ନାଲିଆଖି

ମୟୁରଭଞ୍ଜ ; ୨୩/୦୫ ( ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା ,ଯଶିପୁର ଥାନା ଅନ୍ତର୍ଗତ ୪୯ନଂଜାତୀୟ ରାଜପଥ କେଶନା ଟୋଲଗେଟ ନିକଟରେ କିଛି ଗୋଚାଲାଣ କାରି ଏକ ୧୬ ଚକିଆ ଟ୍ରକରେ ଗୋରୁଗାଈ ନେଇ କଲିକତା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦେବସେନାର ଗୋସୁରକ୍ଷାକର୍ମୀମାନେ ଟୋଲଗେଟ ନିକଟରେ ଅଟକାଇଥିଲେ ।ଅଟକାଇବା ପରେ ଦୁଇ ପକ୍ଷ ତରଫରୁ ପାଟିତୁଣ୍ଡ ହୋଇଥିଲା । ଝଗଡା ବେଶି ବଢିବାରୁ ଗୋଚାଲାଣ ମାଫିଆଙ୍କ ପକ୍ଷରୁ ବନ୍ଧୁକ ଖୋଲି ଗୁଳି ଫୁଟାଇଥିଲେ ।ଫଳରେ ଦେବସେନାର ଦୁଈ କର୍ମି ଦୀପକ ସାହୁ ଓ ଗୁଡୁ ଙ୍କ ହାତ ଓ ଗୋଡରେ ଗୁଳି ବାଜିଯାଇଛି ।ସେମାନେ ଗୁରୁତର ଅବସ୍ଥାରେ ଆହତ ହୋଇ ବାରିପଦା ପି ଅର ଏମ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ମୟୁରଭଂଜ ଜିଲ୍ଲା ଓଡିଶା ଓ ବଙ୍ଗାଲର ସିମା ହୋଇଥିବାରୁ ଅଧିକାଂଶ ସମୟରେ ଏହି ରାସ୍ଥାଦେଇ ଗୋଚାଲାଣ ହୋଇଥାଏ । ଏହା ପ୍ରଶାସନଙ୍କ ଯାଣତରେ କି ଅଯାଣତରେ ହେଉଛି ତାହା ସମୟ କହିବ ।ସବୁ ଗାଡିକୁ ଚେକ କରିବା ସହିତ ଏଥିପ୍ରତି ପ୍ରଶାସନ ସଚେତନ ହେଲେ ଆଗକୁ ଏଭଳି ଅଘଟଣ ନହୋଇପାରେ ।ଯଶିପୁର ଥାନା ଅଧିକାରୀ ଏହି କେସର ତନାଘନା କରୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close