କ୍ଷୀରିପଦା ଛକରେ କାର ଓ କ୍ଷୀରକଣ୍ଟେନର ଦୁର୍ଘଟଣାଗ୍ରସ୍ତ

ମୟୁରଭଞ୍ଜ ; ୧୫/୦୫(ଲକ୍ଷ୍ମି ନାରାୟଣ ରାଉତ ରାୟଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧିନ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ପଞ୍ଚପଲ୍ଲୀ ହାଇସ୍କୁଲ ନିକଟରେ ରବିବାର ଏକ ସଡକ ଦୁର୍ଘଟଣା ହୋଇଥିଲା ।ଗୋଟିଏ କାର ଏବଂ କ୍ଷୀର ପରିବହନ କରୁଥିବା ଟାଟା ଏସିଇ କଣ୍ଟେନର ସହିତ । ଏଥିରେ ୪ ଜଣ ଲୋକ ଆହତ ହୋଇଛନ୍ତି । ସୂଚନା ମୁତାବକ ଏକ ସୁଇପ୍ଟକାର OD 01AN 7260 ହଠାତ୍ ରାସ୍ତା ଉପରକୁ ଆସିଯିବାରୁ ବୈଶିଙ୍ଗାରୁ ମାଣତ୍ରୀ ଅଭିମୁଖେ ଯାଉଥିବା ଟାଟା ଏସିଇ କ୍ଷୀରକଣ୍ଟେନର OD 11R 8371 ସହିତ ଧକ୍କା ଦେଇଥିଲା। ଦୁର୍ଘଟଣାରେ କ୍ଷୀରକଣ୍ଟେନରଟି ରାସ୍ତା ମଝିରେ ଓଲଟି ପଡ଼ିଥିବା ବେଳେ କାରଟି ୧୫ ଫୁଟ ତଳକୁ ଜଙ୍ଗଲ ପାଖରେ ଥିବା ଏକ ନାଳ ଭିତରକୁ ପଶିଯାଇଥିଲା। ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନିୟ ଲୋକ ଦୌଡ଼ି ଯାଇ କାର ଏବଂ ଓଲଟି ପଡ଼ିଥିବା କଣ୍ଟେନର ମଧ୍ୟରୁ ଆହତ ଲୋକମାନଙ୍କୁ ଉଦ୍ଧାର କରିଥିଲେ।ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ ରାସ୍ତା ଉପରେ କ୍ଷୀରକଣ୍ଟେନରଟି ଓଲଟି ପଡ଼ିଥିବାରୁ ଯାତାୟତ ପ୍ରଭାବିତ ହୋଇପଡିଥିଲା। ସୁଇପ୍ଟକାରଟି ଅଜିତ କୁମାର ପଣ୍ଡାଙ୍କ ନାମରେ ପଞିକୃତ ଥିବା ବେଳେ କ୍ଷୀରକଣ୍ଟେନରଟି ବିଶ୍ବଜିତ୍‌ ସେନାପତିଙ୍କ ନାମରେ ପଞିକୃତ ଥିବା ଜଣାଯାଇଛି। ତେବେ ବୈଶିଙ୍ଗା ପୁଲିସ ଉଭୟ ଗାଡିକୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close