
ଘଷିପୁରା ବ୍ଳକ ସରେଇ ଗ୍ରାମରେ ମହିମା ମେଳା ଅନୁଷ୍ଠିତ
ଆନନ୍ଦପୁର, ,୦୭/୦୮ (ଶୁଭେନ୍ଦୁ ନାୟକଙ୍କ ଠାରୁ) : କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଳକ ସରେଇ ଗ୍ରାମରେ ମହିମା ମେଳା ଅନୁଷ୍ଠିତ ହୋଇଯାଇଛି।ଧୁନି ମନ୍ଦିର ପ୍ରତିଷ୍ଠା ସହ ମହିମା ଗାଦି(ଜୋରନ୍ଦା) ର ସାଧୁ ସୁକଦେଵ ବାବା,ବାଞ୍ଛାନିଧି ବାବା ଗୌତମ ବାବା ଜଗତର ମଙ୍ଗଳ କାମନା କରି ଧୁନି ପ୍ରଜ୍ବଳନ କରିଥିଲେ।ଉକ୍ତ ମେଳାରେ ଅଖ ପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକୁ ଗ୍ରାମର କାଳନ୍ଦୀ ସାହୁ,କାର୍ତିକ ନାୟକ,ରାମ ସାମଲ, ମାୟାଧର ସାହୁ,ଶ୍ରୀଧର ସାହୁ,ଅତୁଳ ଦେହୁରୀ ଭକ୍ତ ମାନେ ସୂଚରୁ ରୂପେ ପରିଚାଳନା କରିଥିବା ସୂଚନା ମିଳିଛି।
Live Share Market