ଦେବଦୂତ ସାଜିଲେ ସରପଞ୍ଚ ,ଚାରିଆଡୁ ପ୍ରଶଂସାର ସୁଅ

ଆନନ୍ଦପୁର;୦୧ /୦୫ ( ନି ପ୍ର ): ଦେବଦୂତ ସାଜିଲେ ସରପଞ୍ଚ; ସରପଞ୍ଚଙ୍କୁ ଚାରିଆଡୁ ମିଳିଲା ପ୍ରଶଂସାର ସୁଅ। ପୁଣି ଚର୍ଚ୍ଚା ରେ ଚର୍ଚ୍ଚିତ ଦୀପ୍ତି। ନିକଟରେ ସରିଥିବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ଅନେକ ସରପଞ୍ଚ ପାର୍ଥୀ ଚର୍ଚ୍ଚା ରେ ରହିଥିଲେ, କିଛି ନିର୍ବାଚନର ବାଜି ମାରିଥିଲେ ଏବଂ କିଛି ନିର୍ବାଚନର ପରାଜୟର ସାମ୍ନା କରିଥିଲେ। ସେହିପରି ଭାବରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ସରପଞ୍ଚ ନିର୍ବାଚନ ସମୟରେ ପୂର୍ବରୁ କରିଥିବା ସମାଜସେବା ପାଇଁଁ ଚର୍ଚ୍ଚାରେ ରହିଥିଲେ। କେବଳ ଧନ ଓ ଜନ ବଳରେ ନୁହେଁ ଲୋକ ସମ୍ପର୍କ ଓ ସମାଜସେବା ବଳରେ ମଧ୍ୟ ନିର୍ବାଚନ ଜିତିବା ସମ୍ଭବ,ଏହା ବେଲବାହାଳି ସରପଞ୍ଚ ଶ୍ରୀମତୀ ସାହୁ ନିର୍ବାଚନ ଜିତି ପ୍ରମାଣିତ କରିଥିଲେ। ଯାହାକି ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଏମିତିକି ସେ ନିର୍ବାଚନ ଜିତିବା ପରେ କେତେକ କୁଚକ୍ରୀ ଶ୍ରୀମତୀ ସାହୁ ନିର୍ବାଚନ ଜିତିବା ପରେ ଆଉ ସମାଜସେବା କରିବେ ନାହିଁ କହି ତାଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା ଜାରୀ ରଖିଥିଲେ, କିନ୍ତୁ ଆଜି ବେଲବାହାଳି ସରପଞ୍ଚ ଶ୍ରୀମତୀ ସାହୁ ରକ୍ତଦାନ ଭଳି ଏକ ମହତ୍ୱ ଦାନ କରିବା ସହିତ ଜଣେ ବୟସ୍କ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଥିବା ବେଳେ। ବିଭିନ୍ନ ସଂଗଠନ ମଧ୍ୟ ତାଙ୍କୁ ଏହି କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀମତୀ ସାହୁ ଆଗାମୀ ଦିନରେ ମଧ୍ୟ ସମାଜସେବା ଜାରି ରଖିବେ ବୋଲି କହିଛନ୍ତି। ଆନନ୍ଦପୁର ଶାଳବଣୀ ଗ୍ରାମର ଶ୍ରୀମତୀ ବେଲ ନାୟକଙ୍କର ରକ୍ତ ର ଆବଶ୍ୟକତା ଥିବା ଖବର ପାଇ ଶ୍ରୀମତୀ ସାହୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ରକ୍ତଦାନ କରିଥିଲେ।ଏହାପରେ ଶ୍ରୀମତୀ ବେଲ ନାୟକ ସରପଞ୍ଚଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ସରପଞ୍ଚ ହେବାପରେ ମଧ୍ୟ ନିଜର ସେବା କାର୍ଯ୍ୟ ଜାରୀ ରଖିଥିବାରୁ ବେଲବାହାଳି ସରପଞ୍ଚ ଶ୍ରୀମତୀ ସାହୁଙ୍କୁ ନେଇ ଆନନ୍ଦପୁର ଏବଂ ବେଲବାହାଳି ରେ ଚର୍ଚ୍ଚା ଲାଗିରହିଥିବା ବେଳେ, ଏହା କୁଚକ୍ରୀ ମାନଙ୍କ ପାଇଁ ଗାଲରେ ଚାପୁଡ଼ା ସଦୃଶ୍ୟ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close