ଧର୍ମପ୍ରାଣା ମହିଳା ପାର୍ବତୀ ମହାଳିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

କଟକ ; ୩୦/୦୪ (ନି ପ୍ର ): କଟକ ସଦର ବ୍ଲକ ୫ ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦର ଉପଦେଷ୍ଟା ଯୁବ ସମାଜସେବୀ ପ୍ରଦୀପ୍ତ କୁମାର ମହାଳିଙ୍କ ମାତା ପାର୍ବତୀ ମହାଳି (୬୭)ଙ୍କ ବିୟୋଗ ଘଟିଛି । ସେ ଜଣେ ସ୍ନେହୀ ଓ ଧର୍ମ ପରାୟଣା,ସାହିତ୍ୟ ପ୍ରେମୀ,ମିଷ୍ଟଭାଷୀ ମହିଳା ଥିଲେ । ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା,ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ପରିଡ଼ା,ଜିଲ୍ଲା ବିଜେଡ଼ି ସଂପାଦକ ସମର ବେହେରା,ସଦର ବ୍ଲକ “ଆତ୍ମା” ଅଧ୍ୟକ୍ଷ ରଜନୀକାନ୍ତ ସାହୁ, ସରସ୍ଵତୀ କଳା ପରିଷଦର ସଂପାଦକ ନାଟ୍ୟକାର ଗୁରୁ ଅଶୋକ କୁମାର ପଟ୍ଟନାୟକ,ସଭାପତି କବୟିତ୍ରୀ ପ୍ରତିଭା ଶତପଥୀ,କରୋନ ଯୋଦ୍ଧା ଅଭିରାମ ସାହୁ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,କଳାକାର ଦୈତାରି ପ୍ରଧାନ,ସ୍ବାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାଶ, ସମାଜସେବୀ ପ୍ରଲବ୍ୟ ମହାପାତ୍ର, ଉପଦେଷ୍ଟା ଶ୍ରୀଧର ସ୍ବାଇଁ, ନୃତୁଗୁରୁ ଅକ୍ଷୟ ଓଝା,ଚଳଚିତ୍ର ଅଭିନେତା ବିଶ୍ୱଜିତ ସାହୁ,ଅକ୍ଷୟ ପରିଡ଼ା,ପରମହଂସ ଗ୍ରାମ ପଞ୍ଚାୟତ ସରପଂଚ ଆଶୋକ ପାତ୍ର,ପରମହଂସ ପଞ୍ଚାୟତ ସମିତି ସଭ୍ୟ,ଆୟତ୍ତପୁର ପଂଚାୟତ ସରପଂଚ ରାକେଶ ବେହେରା,ଯୁବ ସଭାପତି ହିମାଂଶୁ ଦାସ,କନ୍ଦରପୁର ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ବାଇଁ,ଦୀପକ ହାତୀ, ପରମାନନ୍ଦ ରାଉତ ପ୍ରମୁଖ ଶୋକ ପ୍ରକଶ କରିଛନ୍ତି । ନିଜ ଗ୍ରାମ ଶ୍ମଶାନ କେଶପୁର ଠାରେ ଶେଷକୃତ୍ୟ ସଂପନ୍ନ ହେଇଥିଲା । ଜ୍ୟେଷ୍ଠ ପୁତ୍ର ରାଜନୀତିଜ୍ଞ ପ୍ରଦୀପ୍ତ ମହାଳି ମୁଖଗ୍ନୀ ଦେଇଥିବା ବେଳେ କନିଷ୍ଠ ପୁତ୍ର ଇଂ.ପ୍ରକାଶ ମହାଳି, ସ୍ବାମୀ ଶିକ୍ଷାବିତ୍ ଦେବେନ୍ଦ୍ର ମହାଳି ଏବଂ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close