ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ଯାଜପୁର, ୨୯/୦୪ (ନି ପ୍ର ): ଶିଶୁ ମାନଙ୍କ ସୁରକ୍ଷା, ବାଲ୍ୟ ବିବାହ ନିରୋଧ ଏବଂ ବାଳ ଶ୍ରମିକ ପ୍ରଥା ଉଚ୍ଛେଦ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଏକ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଆହ୍ୱାନ କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ଅଧ୍ୟକ୍ଷତା କରି କହିଲେ ଯେ, ଆଜିର ଶିଶୁ କାଲିର ଭବିଷ୍ୟତ । ସେମାନଙ୍କର ନିରାପତ୍ତା ଆମର କର୍ତ୍ତବ୍ୟ । ସମସ୍ତେ ମିଳିମିଶି ଏହାକୁ ଆଗେଇ ନେବାକୁ କମିଟିର ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ଏଣୁ ଆମେ ନିଜେ ସଚେତନ ହେଲେ ଅନ୍ୟକୁ ସଚେତନ କରାଇ ପାରିବା । ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ଯୋଗଦେଇ କହିଲେ ଯେ, ଶିଶୁ ଅଧିକାର ଓ ସୁରକ୍ଷା ପାଇଁ ସରକାର ପର୍ଯ୍ୟାପ୍ତ ଅନୁଦାନ ଯୋଗାଉଚ୍ଥନ୍ତି । ଏଣୁ ପଞ୍ଚାୟତ, ବ୍ଳ୍‌କ ଓ ଜିଲ୍ଲା ସ୍ତରରେ ଗଠିତ ହୋଇଥିବା ଶିଶୁ ସୁରକ୍ଷା କମିଟିରେ ସୁରକ୍ଷା ସମ୍ୱଳିତ ଆଲୋଚନା କରାଯାଇ ସଂପୃକ୍ତ କର୍ମଚାରୀ, ଅଧିକାରୀ ଓ ସ୍ୱେଚ୍ଚ୍ଥାସେବୀ ମାନଙ୍କ ଠାରୁ ମାସିକ ପ୍ରଗତି ବିବରଣୀ ମାଗିବା ସହିତ ବ୍ଳ୍‌କ ସ୍ତରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜଣେ ଅଧିକାରୀଙ୍କୁ ଶିଶୁ ସୁରକ୍ଷା ନୋଡାଲ ଅପିଂସର ଭାବେ ଦାୟିତ୍ୱ ନେବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ । ଏହାଦ୍ୱାରା ତୃଣମୂଳ ସ୍ତରରୁ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ହେବା ସହ ବାଲ୍ୟ ବିବାହ ଓ ବାଳ ଶ୍ରମିକ ପ୍ରଥା ବିଲୋପ ହୋଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଆଜିର ବୈଠକରେ ୬ ଗୋଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ତନ୍ମଧ୍ୟରୁ ପଞ୍ଚାୟତ ଓ ବ୍ଳ୍‌କ ସ୍ତରରେ ତ୍ରୟୋମାସିକ ବୈଠକ ଆୟୋଜନ, ପୋଷ୍ଟର, ବ୍ୟାନର, ହୋଡିଂ ଆଦି ସ୍ଥାପନ, ପଞ୍ଚାୟତ ଓ ବ୍ଳକ ସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କୁ ତାଲିମ ପ୍ରଦାନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା, ଜିଲ୍ଲାରେ ଶିଶୁ ନିର୍ଯ୍ୟାତନ ଜନିତ ଚଢାଉ, ଉଦ୍ଧାର ଓ ଥଇଥାନ କାର୍ଯ୍ୟର ସପଂଳ ରୂପାୟନ ଭଳି ପ୍ରସ୍ତାବ ଉପରେ ଆଲୋଚରା କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ସ୍ତରୀୟ ଟାସ୍କପୋଂର୍ସର ସଂଯୋଜକ କର୍ତ୍ତା ନିରଂଜନ କର ବୈଠକର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଶିଶୁ ସୁରକ୍ଷା ଦିଗରେ ସରକାରଙ୍କ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆମନ୍ତ୍ରଣ ଜଣାଇଥିଲେ । ପ୍ରତ୍ୟେକ ତ୍ରୟୋମାସିକ ତୃତୀୟ ଶନିବାରରେ ପଞ୍ଚାୟତ, ବ୍ଳ୍‌କ ସ୍ତରର ବୈଠକ ଆୟୋଜନ କରିବା ସହ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଜାରି ରଖିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡି.ଏସ୍‌.ପି ମମତା ସାହୁ, ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଧଦେବ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଆକ୍ସନ ଏଡ୍‌ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମା ଡିଗାଲ, ଓ.ଏଲ୍‌.ଏମ୍‌ ପ୍ରଶାନ୍ତ କୁମାର ପାଢୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଶିଶୁ ସୁରକ୍ଷା ସମିତିର ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି, ଚାଇଲ୍‌ଡ ଲାଇନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close