ପୁରୁଣିଆରେ ପଦରବିନ୍ଦ ପାଠଚକ୍ର ଆନୁକୂଲ୍ୟରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଆନନ୍ଦପୁର; ୨୯/୦୪ (ଶୁଭେନ୍ଦୁ କୁମାର ନାୟକଙ୍କ ଠାରୁ ): କେନ୍ଦୁଝର ଜିଲ୍ଲା ପୁରୁଣିଆ ଗ୍ରାମରେ ପଦରବିନ୍ଦ ପାଠଚକ୍ର ଆନୁକୂଲ୍ୟରେ ଏପ୍ରିଲ ୨୯ ରିଖରେ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଅଛି। ଏହି ସମାରୋହ ପାଇଁ ଶ୍ରୀ ଅରବିନ୍ଦଙ୍କ ତନୁଶ୍ରୀ (ଦେହାବସେସ)କୁ ଖଣ୍ଡଗିରି ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମରୁ ସକାଳ ୬ଟାରେ ଅଣାଯାଇ ପାଣିକୋଇଲି ସ୍ଥିତ ଶ୍ରୀ ଅରବିନ୍ଦ ଯୋଗ ମନ୍ଦିରରେ ରଖାଯାଇଥିଲା। ପାଣିକୋଇଲି ଠାରୁ ଏକ ମୋଟର ସାଇକେଲ ରାଲିରେ ପବିତ୍ର ଦେହାବସେସକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ବେଲବାହାଲି ଓ ପୁରୁଣିଆ ଗ୍ରାମ ଦେଇ ନୂତନ ମନ୍ଦିର ପରିସରକୁ ଅଣାଯାଇଥିଲା। ଅପରାହ୍ନ ୪ଟା ସମୟରେ ଦେହାବସେସକୁ ସାଧକ ଶ୍ରୀ ଅନାଦି ଚରଣ ସ୍ୱାଇଁ ମନ୍ଦିରରେ ସ୍ଥାପନ କରିଥିଲେ। ଓଡିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫ ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ପଦରବିନ୍ଦ ପାଠଚକ୍ରର ଧବଳ ଭାଇ, କମଳ ଭାଇ, ତାପସ ଭାଇ, ସଞ୍ଜୟ ଭାଇ, ହରି ଭାଇ, ଶାନ୍ତନୁ ଭାଇ, ବିରଜା ଭାଇ, ସବିତା ଅପା ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close