ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

ଯାଜପୁର, ୨୮/୦୪(ନି ପ୍ର ) : ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ସଂପ୍ରତ୍ତି ରୈାଦ୍ର ତାପ ବୃଦ୍ଧି ପାଇଥିବାରୁ ସମସ୍ତ ବିଭାଗ ଅଂଶୁଘାତର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଜଳ ଯୋଗାଣ, ଜଳ ଚ୍ଥ୍ରତ୍ର ସ୍ଥାପନ, ଅଂଶୁଘାତ ଆକ୍ରାନ୍ତଙ୍କ ପାଇଁ ତ୍ୱରାନ୍ୱିତ ଚିକିତ୍ସା, ନିୟନ୍ତ୍ରଣ କକ୍ଷ ପରିଚାଳନା ଊପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର. ଅଂଶୁଘାତର ମୁକାବିଲା ପାଇଁ ସମସ୍ତେ ସଜାଗ ରହିବା ସହ କୈାଣସି ପ୍ରକଳ୍ପ ସ୍ଥଳରେ କୈାଣସି ଆଇନ ଶୃଙ୍ଖଳା ପରିସ୍ଥିତି ଆସିଲେ ତୁରନ୍ତ ଆରକ୍ଷୀ ବିଭାଗର ସହଯୋଗ ନେବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ବୈଠକ ପରିଚାଳନା କରି ଅଂଶୁଘାତ ସହ ଆଗାମୀ ବର୍ଷା ଋତୁ ପୂର୍ବରୁ ନଦୀ ବନ୍ଧ ମରାମତି ଓ ସୁ ଦୃଢିକରଣ, ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳର ପୁନଃରୁଦ୍ଧାର ଓ ମରାମତି, ବୋଟ ମରାମତି, ପଲିଥିନ ମହଜୁଦ, ଚାଊଳ ଓ କିରୋସିନୀ ମହଜୁଦ, ପ୍ରତି ବ୍ଳ୍‌କ ଓ ପଞ୍ଚାୟତର କଣ୍ଟିଜେଣ୍ଟ ପ୍ଳାନ ପ୍ରସ୍ତୁତ କରିବା, ମଣିଷ ଓ ପଶୁ ପକ୍ଷୀଙ୍କ ଔଷଧ ମହଜୁଦ ରଖିବା, ବିପର୍ଯ୍ୟୟ ସମ୍ୱେଦନଶୀଳ ଅଞ୍ଚଳକୁ ଚିହ୍ନଟ କରି ପଦକ୍ଷେପ ନେବା, ସ୍ୱେଚ୍ଚ୍ଥାସେବୀ, ଲୋକ ପ୍ରତିନିଧି ମାନଙ୍କୁ ବିପର୍ଯ୍ୟୟ ପରିଚାଳନାରେ ସାମିଲ କରି ସହଯୋଗ ନେବାକୁ ଆଲୋକପାତ କରିଥିଲେ । ଲୋକ ମାନଙ୍କୁ ପ୍ରଚଣ୍ଡ ରୈିାଦ୍ର ତାପରେ ବିଶେଷ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା, ବାହାରୁଥିଲେ ଚ୍ଥତା, ଜୋତା, କଳା ଚଷମା ପରିଧାନ ସହ ପାଣି ବୋତଲ ସାଥିରେ ନେବା, ଅଂଶୁଘାତର ଲକ୍ଷଣ ଓ ଚିକିତ୍ସା ପ୍ରଣାଳୀ ସଂପର୍କରେ ଲୋକ ମାନଙ୍କୁ ବ୍ୟାପକ ସଚେତନ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ଅଂଶୁଘାତ ମୃତ୍ୟୁ କ୍ଷେତ୍ରରେ ଯୁଗ୍ମ ତଦନ୍ତ ଆଧାରରେ ରିପୋର୍ଟ କରିବାକୁ ନିୟମ ଥିବାରୁ ଏହାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଖରାଦିନେ ଜଙ୍ଗଲ ପୋଡିର ଆଶଙ୍କା ଥିବାରୁ ଏହାକୁ ପ୍ରତିହତ ପାଇଁ ଜଙ୍ଗଲ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ଊପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ, ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ପ୍ରମୁଖ ଭର୍ଚୁଆଲ ମୋଡରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।ଜରୁରୀ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ଓ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ବେହୁରିଆ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close