ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋରେଇ ;୨୪/୦୪ (ନି ପ୍ର ) : କଳାସାହିତ୍ୟ ସଂସ୍କୃତି ଓ ସେବା ପ୍ରତିଷ୍ଠାନ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଯାଜପୁର ଜିଲ୍ଲା ପାଣିକୋଇଲି ଅଧିନସ୍ଥ ବର୍ତ୍ତମଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇ ଅଛି.ଟ୍ରଷ୍ଟର ସ୍ଥାୟୀ ସଭାପତି ଆନନ୍ଦ କୁମାର ମାଇତିଙ୍କ ସଭାପତିତ୍ଵରେ ଏବଂ ଟ୍ରଷ୍ଟି ଲକ୍ଷ୍ମୀପ୍ରିୟା ମାଇତିଙ୍କ ତତ୍ତ୍ଵାବଧାନରେ ଉତ୍ସବରେ ମୁଖ୍ୟ ଅତିଥି ଇଫିକୋ ଲିମିଟେଡ ( ପାରାଦ୍ଵୀପ ) ର ଲୋକ ସଂପର୍କ ଅଧିକାରୀ ପ୍ରସନ୍ନ କୁମାର ବେହୁରା ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।ବିଶିଷ୍ଠ ଶିକ୍ଷାବିତ ଶରତ ଚନ୍ଦ୍ର ପଣ୍ଡା , ପ୍ରାକ୍ତନ ଭାରତୀୟ ସୈନ୍ୟ ବିଭାଗର ଶିକ୍ଷକ ମେଜର ଭରତ ଚନ୍ଦ୍ର ଯେନା ,ବକ୍ତା ଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ବ୍ରହ୍ମାନନ୍ଦ ମହାନ୍ତି ପ୍ରାବଂଧିକ କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ,ବିଶିଷ୍ଟ ସମାଜସେବୀକା ବସନ୍ତ କୁମାରୀ ନନ୍ଦ ଯୋଗଦେଇ ଅନ୍ତରୀକ୍ଷ ଭଳି ସେବା ଅନୁଷ୍ଠାନ ଯଦି ଆମ ରାଜ୍ୟରେ ଗଢିଉଠେ ତେବେ ଆମ ରାଜ୍ୟ ଅନ୍ୟାନ୍ୟ ରାଜ୍ୟ ଠାରୁ ପ୍ରଭାବ ଶାଳୀ ରାଜ୍ୟଭାବେ ଦେଶରେ ସୁଖ୍ୟାତି ଅର୍ଜନ କରିପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ମାନେ ସ୍ୱରଚିତ କବିତା ପାଠକରିଥିଲେ। ଅନୁଷ୍ଠାନ ମୁଖପତ୍ର ଅନ୍ତରୀକ୍ଷ ଓ କବି ପ୍ରତାପ ପଣ୍ଡାଙ୍କ କବିତା ସଂକଳନ ସପ୍ତପର୍ଣ୍ଣୀ ଉନ୍ମୋଚନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା ।କଳାସାହିତ୍ୟ ସଂସ୍କୃତି ସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶରତ ଚନ୍ଦ୍ର ପଣ୍ଡା, ଜିତେନ ମହାନ୍ତି ,ଦିନେଶ ମଲ୍ଲିକ ,ଗୀତା ଦାସ , ନିଳାଦ୍ରି କେଶରୀ ସାହାଣୀ ,ଇଂ ମହାଶ୍ୱେରୀ ଦୋରା, ଶୁଭେନ୍ଦୁ ସ୍ଵାଇଁ,ଶୁଭଶ୍ରୀ ନାୟକ ,ବୁଦ୍ଧିରାମ ନାହାକ ,ପ୍ରତାପ ମହାପାତ୍ର, ପ୍ରତାପ ରଥ , ସାଇ ଶ୍ରୀ ପୃଷ୍ଟି ,ସିଗ୍ଧା ନାୟକ, ଅଶୋକ ସ୍ଵାଇଁ, ଶ୍ରୀଧର ସାମଲ, ସୁକୁମାର ବିଶ୍ଵାଳ ,ବିଜୟାନନ୍ଦ ମହାପାତ୍ର ଦିଲ୍ଲିପ ଚମ୍ପତି,ପ୍ରଦ୍ୟୁମ୍ନ ମହାନ୍ତି ,ଶାନ୍ତି ଲତା ପଣ୍ଡା , ଲିପିକା ନାୟକ ଓ ଟିକିଲତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମଟିକୁ ରବିନ୍ଦ୍ର କୁମାର ମଲ୍ଲ ଓ ଅନୁପମା ପଣ୍ଡା ସଂଯୋଜନା କରିଥିବା ବେଳେ ପ୍ରତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close