ମାଉଣ୍ଟ ଲିଟେରା ଜି ସ୍କୁଲରେ +2ଦ୍ଵିତୀୟବର୍ଷ ଛାତ୍ରଛାତ୍ରୀଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର/ବ୍ୟାସନଗର ; ୧୯/୦୪(ନି ପ୍ର ) : ଯାଜପୁର ଜିଲ୍ଲା ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ (+2) ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବା ପରେ ବିଦ୍ୟାଳୟ ପରିସରରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ଆନନ୍ଦ ମୁଖର ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ଇଂ ନିର୍ମଳ କୁମାର ରଣା ଯୋଗ ଦେଇ ଦୀପ ପ୍ରଜ୍ବଳିତ କରିବା ସହ ସ୍ୱାଗତ ଭାଷଣ ଦେବା ସହ (+2)ଦ୍ଵିତୀୟ ବର୍ଷ ର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ଅବସରରେ ଉଚିତ ମାର୍ଗଦର୍ଶନ କରିଥିଲେ। ଏକାଡେମୀକ ମୁଖ୍ୟ ବଲବୀର ସିଂ ଓ ସୋନିଆ ବେଦୀ କାର୍ଯ୍ୟକ୍ରମ ର ପ୍ରମୁଖ ଦାଇତ୍ୱ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। ବେଲୁନ୍‍ ଓ ଫୁଲମାଳରେ ଶିକ୍ଷାନୁଷ୍ଠାନ ସଜାଯାଇଥିବାବେଳେ । ସମସ୍ତ ପିଲାଙ୍କୁ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ କରାଯାଇଥିବା ବେଳେ ପିଲାଙ୍କର ନାଚ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ସମ୍ବର୍ଦ୍ଧିତ ଅବସରରେ ଛାତ୍ରଛାତ୍ରୀ ଭାବବିହ୍ୱଳ ହେବା ସହ ସମସ୍ତଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି, ସଙ୍ଗସାଥୀଙ୍କ ପ୍ରତି ସହଯୋଗୀ ମନୋଭାବ ଓ କାର୍ଯ୍ୟଧାରା ତାଙ୍କର ସବୁଦିନ ମନେ ରହିବ ବୋଲି ନିଜ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଏଥିସହିତ ବିଦ୍ୟାଳୟରେ ଶିକ୍ଷଣୀୟ ପରିବେଶ ତାଙ୍କର ସର୍ବଦା ମନେ ରହିବ ବୋଲି କହିଥିଲେ । ଏଭଳି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଥିବା ବେଳେ ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close