ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି ପରୀକ୍ଷା ପାଇଁ ପୂର୍ଣ୍ଣ ମାତ୍ରାର ମକ୍ ଡ୍ରିଲ୍ ଆୟୋଜିତ

 

କଳିଙ୍ଗନଗର: କାରଖାନାରେ ଜରୁରୀକାଳୀନ ପ୍ରସ୍ତୁତିର ପରୀକ୍ଷା ଓ ଏଥିରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନା ପକ୍ଷରୁ ନିୟମିତ ବ୍ୟବଧାନରେ କାରଖାନା ପରିସରରେ ମକ୍ ଡ୍ରିଲ୍ ଆୟୋଜନ କରାଯାଉଛି । କାରଖାନା ପରିସରରେ ଥିବା ବ୍ଲାଷ୍ଟ୍ ଫର୍ଣ୍ଣେସ୍ ଗ୍ୟାସ୍ ହୋଲ୍‌ଡରରୁ ସମ୍ଭାବ୍ୟ ଗାସ୍ ଲିକ୍ ସ୍ଥିତିରେ ଏହାର ପ୍ରତିକ୍ରିୟା ଦକ୍ଷତାକୁ ଦେଖିବା ଲାଗି ଏଭଳି ଏକ ମକ୍ ଡ୍ରିଲ୍ ବୁଧବାର ଦିନ ଆୟୋଜନ କରାଯାଇଥିଲା ।

          ଏହା ଅର୍ଥ ହେଉଛି ବାସ୍ତବରେ କୌଣସି ଗ୍ୟାସ୍ ଲିକ୍ ହୋଇନଥିବା ବେଳେ ଏହି ମକ୍ ଡ୍ରିଲରେ ବିଭିନ୍ନ ଦିଗକୁ ନେଇ ଏଭଳି ଏକ କାଳ୍ପନିକ ସ୍ଥିତି ସୃଷ୍ଟି କରାଯାଇ ଅଗ୍ନିଶମ, ମେଡିକାଲ୍‌, ନିରାପତା ଓ ପରିଚାଳନା ଆଦି ବିଭିନ୍ନ ଟିମ୍‌ର ପ୍ରସ୍ତୁତିର ପରୀକ୍ଷା କରାଯାଇଥିଲା । ମକ୍ ଡ୍ରିଲ୍ ସମୟରେ ଟିମ୍‌ଗୁଡ଼ିକୁ ନିର୍ଧାରିତ ସମୟରେ କ୍ଷେତ୍ର ସ୍ଥଳରେ ପହଂଚିବା, ନିର୍ଧାରିତ ସ୍ଥଳରୁ ଲୋକମାନଙ୍କ ଉଦ୍ଧାରକୁ ନିଶ୍ଚିତ କରିବା, ସଠିକ୍ ସମୟରେ ନିରୀକ୍ଷଣ ଓ ସମ୍ଭାବ୍ୟ ବିପଦପୂର୍ଣ୍ଣ ପରିସ୍ଥିତିର ମୁକାବିଲା (କଂଟେନ୍‌୍‌ମେଂଟ୍‌) କରିବା ଓ ବାସ୍ତବ ସମୟ ପରିସ୍ଥିତିର ମୁକାବିଲା ଲାଗି ବ୍ୟବହାରିକ ଶିକ୍ଷଣ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଥିଲା ।

           ଓଡ଼ିଶା ସରକାରଙ୍କ ଫାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ନିର୍ଦେଶାଳୟର ନିର୍ଦେଶ ଅନୁସାରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ନିରାପତା ବିଭାଗ ପକ୍ଷରୁ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା । ଦାନଗଦି ଫାୟାର୍ ଷ୍ଟେସନ୍‌ର ଅଧିକାରୀମାନେ ଏହି ମକ୍ ଡ୍ରିଲ୍ ଦେଖିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅଧିକାରୀମାନେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close