ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଐତିହାସିକ ମାଁ ବାସୁଳୀଙ୍କ ଉଡା ପର୍ବ


ମୟୁରଭଞ୍ଜ ; ୧୭/୦୪ (ଲଷ୍ମୀନାରାୟଣ ରାଉତରାୟଙ୍କ ଠାରୁ) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ମା ବାସୁଳିଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ଗୁରୁବାର ଶାନ୍ତି ଶୃଙ୍ଖଳାସହ ଉଡା ପର୍ଵ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରସିଦ୍ଧ ଉଡା ପର୍ଵ ପାଇଁ ଚଳିତ ବର୍ଷ ୫୭ ଜଣ ଭକ୍ତା ଅଂଶ ଗ୍ରହଣ କରି ପିଠିରେ କଣ୍ଟା ଫୋଡାଇ ଉଡା ଖୁଣ୍ଟ ଦଣ୍ଡାରେ ଝୁଲି ଉଡ଼ିଥିଲେ। ଭକ୍ତା ମାନେ ଶୂନ୍ୟରେ ଉଡ଼ିବା ସମୟରେ ନିଜେ ପିନ୍ଧି ଥିବା ଫୁଲକୁ ଲୋକଙ୍କ ଉପରକୁ ପକାଇବା ବେଶ୍ ଚିତ୍ତାକର୍ଷକ ହୋଇଥିଲା। ସେହି ଫୁଲକୁ ଧରିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଥିବା ଦେଖାଯାଇଥିଲା। ପର୍ଵ ଦେଖିବାକୁ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ବିଗତ ଦୁଇ ବର୍ଷ ହେଲା କୋଭିଡ କଟକଣାରେ ଉଡ଼ା ପର୍ବ ପାଳିତ ହୋଇଥିବା ବେଳେ ଚଳିତ ବର୍ଷ କୈାଣସି କଟକଣା ନଥିବାରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଉତ୍ସାହର ସହିତ ଉଡା ପର୍ବକୁ ଭରପୁର ଉପଭୋଗ କରିବାର ଦେଖାଯାଇଥିଲା। ଉଡିବା କାର୍ଯ୍ୟକ୍ରମ ବିଳମ୍ବିତ ରାତି ପ୍ରାୟ ୨ ଟା ରୁ ଆରମ୍ଭ ହୋଇ ସକାଳେ ଶେଷ ହୋଇଥିଲା। ଉଡା ପର୍ବ ଦେଖିବାକୁ ମନ୍ଦିର ସମ୍ମୁଖ ଲୋକରଣ୍ୟ ହୋଇଯାଇଥିଲା।ଉଡା ପର୍ଵରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବାକୁ ପୋଲିସ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ଆର୍ ଏସ୍ ଏସ୍ ସଦସ୍ୟ, ଠାକୁରମୁଣ୍ଡା ଡ୍ରାଇଭର ମହାସଂଘ ର ସଦସ୍ୟ,ଉଡା କମିଟି ର ସମସ୍ତ କର୍ମକର୍ତ୍ତା ଭରପୁର ସହୋଯୋଗ କରିଥିବା ଜଣାପଡ଼ିଛି। ଠାକୁରମୁଣ୍ଡା ତହସିଲଦାର ସୁଶ୍ରୀ ସୁପ୍ରିୟା,ଆଡିସନାଲ ଏସିପି ମନୋରଞ୍ଜନ ବିଶ୍ଵାଳ, ଠାକୁରମୁଣ୍ଡା ଥାନା ଅଧିକାରିଣୀ ପ୍ରେମଦା ନାଏକ,ମହୁଲଡିହା ଥାନା ଅଧିକାରିଣୀ ରଞ୍ଜୁ ହାସିନ୍ କୁଲୁ ସମସ୍ତେ ଉଡା ପଡ଼ିଆରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଥିଲେ।ଉଡାପର୍ବ ବେଶ୍ ଶାନ୍ତି ଶୃଙ୍ଖଳାସହ ଶେଷ ହୋଇଥିବାରୁ ଉଡା କମିଟି ର ସମ୍ପାଦକ ଶିରିଶ୍ ଦେହୁରୀ ଙ୍କ ସମେତ ପ୍ରଶାସନ ସମସ୍ତ ଜନସାଧାରଣଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପର୍ବ ଶେଷ ହେବା ପରେ ଶୁକ୍ରବାର ମନ୍ଦିର ସମ୍ମୁଖରେ ଶହ ଶହ ସଂଖ୍ୟାରେ ବୁଦା,କୁକୁଡ଼ା କୁ ଛେଦ ପକାଇବା କୁ ମାନସିକ ଧାରୀ ମାନେ ଆଣିଥିବା ବେଳେ ମନ୍ଦିରରେ ବଳି ପ୍ରଥା ବନ୍ଦ ଥିବାରୁ କେବଳ ପୂଜା କରାଯାଇ ଜୀବନ୍ତ ଫେରାଇ ଦିଆଯାଇଥିବାର ଜଣାପଡିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close