ପ୍ରତ୍ୟକ୍ଷ ଜନ ଶୁଣାଣି ଶିବିର ଏପ୍ରିଲ୧୮ ରୁ ପୁନଃ ଆରମ୍ଭ

ଯାଜପୁର,୧୬/୦୪(ନି ପ୍ର ): ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନିର୍ଦ୍ଦେଶ ଅନୁ୍‌ଯାୟୀ ଆସନ୍ତା ୧୮ ତାରିଖ ସୋମବାର ସକାଳ ୭ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଯୁଗ୍ମ ଜନ ଶୁଣାଣି ଶିବିର ପୁନଃ ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । କୋଭିଡ୍ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ପର ଠାରୁ ଏହି ଜନ ଶୁଣାଣି ବନ୍ଦ ରହିଥିଲା । ଏହି ସମୟରେ ଆଭାସି ଜନ ଶୁଣାଣି ଚାଲୁ ରହିଥିଲେ ମଧ୍ୟ ସମସ୍ତ ଅଭିଯୋଗକାରୀ ଅନ୍ ଲାଇନ୍ ପଞ୍ଜିକରଣରେ ଅଭ୍ୟସ୍ତ ନ ଥିବାରୁ ଏହାର ସୁଯୋଗ ନେଇ ପାରୁ ନ ଥିଲେ । ସାଧାରଣ ଜନତାଙ୍କ ହିତ ଦୃଷ୍ଟିରୁ ଏଣିକି ପ୍ରତି ସୋମବାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ତତ୍ୱାବଧାନରେ ପ୍ରତ୍ୟକ୍ଷ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହା ଦ୍ୱାରା ପ୍ରତ୍ୟେକ ସାଧାରଣ ଜନତା ଏହାର ସୁଫଳ ପାଇ ପାରିବେ ବୋଲି ଅତିରକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close