ଆମ୍ବେଦକରଙ୍କ ଆଦର୍ଶ ଓ ସଂସ୍କାର ଚିର ଅମର

ଯାଜପୁର, ୧୪/୪(ନି ପ୍ର) : ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମ ରାଓ ଆମ୍ବେଦରଙ୍କ ନୀତି, ଆଦର୍ଶ ଓ ସମାଜ ପ୍ରତି ଅବଦାନ ଚିର ଅମର ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ମତବ୍ୟକ୍ତ କରିଛନ୍ତି । ଗୁରୁବାର ପୁର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲିକ ସମ୍ବିଧାନ ପ୍ରଣୟନ କ୍ଷେତ୍ରରେ ଡ଼ଃ ଆମ୍ବେଦକରରଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିବା ସହ ପ୍ରତିକୂଳ ପରିସ୍ଥିତି ଓ ସେତେ ବେଳର ଭେଦଭାବ ସତ୍ତ୍ୱେ ନିଜ ନିଷ୍ଠା, ଚେଷ୍ଠା ଓ ପରିଶ୍ରମ ଦ୍ୱାରା ସେ ଯେଉଁ ସ୍ତରକୁ ପହଞ୍ଚି ପାରିଥିଲେ ତାହା ତାଙ୍କ ବୁଦ୍ଧିମତ୍ତାର ପରିଚୟ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି ଅସମାନତା ବିରୋଦ୍ଧରେ ସ୍ୱର ଉତ୍ତୋଳନ, ସମାନତା ଅଧିକାର, ସମାଜ ସଂସ୍କାର, ଉପଯୁକ୍ତ ମାର୍ଗ ଦର୍ଶନ ଓ ଦିଗ୍‌ଦର୍ଶନ ପାଇଁ ଡ଼ଃ ଆମ୍ବେଦକର ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଦାମୋଦର ବେହେରା ଶିକ୍ଷା, ସଂଗ୍ରାମ ଓ ସଂଗଠନ ଆମ୍ବେଦକରଙ୍କ ଜୀବନର ଆଦର୍ଶ ଥିଲା ବୋଲି କହିବା ସହ ମଣିଷ ଶ୍ରେଷ୍ଠ, ପ୍ରତ୍ୟେକ ମଣିଷ ସମାନ ଓ ସମାନତା ଅଧିକାର ପ୍ରତ୍ୟେକ ମଣିଷ ପାଇଁ ଧେୟ ହେବା ଉଚିତ ବୋଲି ବାବା ସାହେବ ତାଙ୍କ ଜୀବନୀରେ ଦେଖାଇଛନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲିକ ଭିନ୍ନତା ମଧ୍ୟରେ ଏକତା, ଜାତିୟତାବାଦ ଓ ସମ୍ବିଧାନ ପ୍ରଣୟନ ପାଇଁ ଡ଼ଃ ଆମ୍ବେଦକର ଯୁଗଯୁଗ ପାଇଁ ଆଦର୍ଶ ହୋଇ ରହିଥିବେ ବୋଲି କହିଥିଲେ । ଏହି ଅବସରରେ ବିଜୟ କିଶୋର ସାମଲଙ୍କ ରଚିତ ‘ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲା’ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଶ୍ରୀ ସାମଲ ଏହି ପୁସ୍ତକରେ ଯାଜପୁର ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀ ମାନଙ୍କ ସମ୍ପର୍କରେ ଅନେକ ଅନାଲୋଚିତ ଦିଗ ସମ୍ପର୍କରେ ଆଲେଖ୍ୟ ରହିଛି ବୋଲି ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫୁଲ୍ଲ ସାମଲ, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରଫେସର ଉଦୟନାରାୟଣ ପରିଡ଼ା, ଜୟନ୍ତ ଗୋସ୍ୱାମୀ ପ୍ରମୁଖ ଆମ୍ବେଦକରଙ୍କ ଆଦର୍ଶ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ । ପୁର୍ବରୁ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା ଜିଲ୍ଲାସ୍କୁଲର ଛାତ୍ରୀ କିରଣ ଜ୍ୟୋତି ନାୟକ, ଦ୍ୱିତୀୟ ଅହିୟାସ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିଲିମା ପ୍ରିୟଦର୍ଶୀନି ଜେନା ଓ ତୃତୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ଛାତ୍ରୀ କୋଏଲ୍ ସାମଲଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଶରତ ସାହୁ ଓ ସାଥି ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ସଂସ୍କୃତି ଭବନଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close