ଯାଜପୁରରୋଡ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ୟାସନଗର, ୧୦/୪(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଇନ୍ଦିରାଗାନ୍ଧୀ ମହିଳା (କନିଷ୍ଠ) ମହାବିଦ୍ୟାଳୟ ପରିସରରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପଙ୍କଜିନି ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବିରଜା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଖିଳ ରଂଜନ ପାଢୀ ଯୋଗଦେଇ ଆତ୍ମବଳ ହିଁ ଆତ୍ମସୁରକ୍ଷାର ପ୍ରକୃତ ବଳ ବୋଲି କହିଥିଲେ । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪୦୨ରୁ ଉର୍ଦ୍ଧ ଛାତ୍ରୀମାନେ ଦୀର୍ଘ ଆଠ ଦିନ ଧରି ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ କୌଶଳ ଅଧ୍ୟୟନ କରିଥିବାରୁ ସେମାନେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ରଖିପାରିବେ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରୀମାନେ ସମାଜର ମଙ୍ଗଳ କରିବା ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଚିତତ୍ତରଂଜନ ବଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ପ୍ରଶିକ୍ଷକ ଭାବେ ମମତାମୟୀ ଦାଶ, ସରସ୍ୱତୀ ପତି ଓ ସୁନିତା ଦାସ ପ୍ରମୁଖ ଅଂଶଗ୍ରହଣ କରି ଦୀର୍ଘ ଆଠ ଦିନଧରି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସଭାପତି ଶ୍ରୀମତୀ ପାଣି ନିଜର ବକ୍ତବ୍ୟରେ ସମାଜରେ ନାରୀମାନେ କିପରି ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ । ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଛାତ୍ରୀମାନଙ୍କୁ ମାନପତ୍ର ସହିତ ଆତ୍ମସୁରକ୍ଷା ସଂପର୍କିତ ରିଆକ୍ଟ ପୁସ୍ତକ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଚାଳନରେ ଅଧ୍ୟାପିକା ଅନିମା ପ୍ରଧାନ, ଅଧ୍ୟାପକ ଗୋବର୍ଦ୍ଧନ ନାୟକ, ହୃଷିକେଶ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close