ସୁବାସ ବଳ ବ୍ୟାସନଗର ପୈାର ପରିଷଦର ଉପାଧ୍ୟକ୍ଷ ହେଲେ

ବ୍ୟାସନଗର, ୦୮/୪(ଉ.ନ୍ୟୁଜ୍ ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ୨୬ ୱାର୍ଡ଼ ବିଶିଷ୍ଟ ବ୍ୟାସନଗର ପୈାର ପରିଷଦର ଉପାଧ୍ୟକ୍ଷ ପଦଭାର ଗ୍ରହଣ କରିଛନ୍ତି ୧୫ନଂ. ୱାର୍ଡର କାଉନସିଲର ସୁବାସ ଚନ୍ଦ୍ର ବଳ । ଶ୍ରୀ ବଳ ପୂର୍ବରୁ ମଧ୍ୟ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ସେ ୨ୟ ଥର ଏହି ଗୁରୁ ଦାୟିତ୍ୱକୁ ପୁଣି ସମ୍ଭାଳିବେ । ଯୁବ ବର୍ଗରେ ତାଙ୍କର ବହୁ ପରିଚିତି ରହିଛି । ତାଙ୍କ ବିପକ୍ଷରେ ସ୍ୱାଧିନ କାଉନସିଲର ଶିବାନନ୍ଦ ନାୟକ ପାଗ ଭିଡ଼ିଥିଲେ ହେଁ ଶେଷରେ ସେ ବିରୋଧି ପକ୍ଷକୁ ହତାଶ କରି ପ୍ରତିଦ୍ୱନ୍ଦିତାରୁ ଓହରି ଯିବାରୁ ନିର୍ବାଚନ ଅଧିକାରୀ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଶ୍ରୀ ବଳଙ୍କୁ ବିଜୟୀ ଘୋଷଣା କରିଥିଲେ । ଫଳତଃ କିଛି ଦିନ ଧରି ବ୍ୟାସନଗର ସହରର କିଏ ହେବ ଉପାଧ୍ୟକ୍ଷ ? ତା’କୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close