ଜଟଣୀର ସମାଜସେବୀ ଶିବପ୍ରସାଦ ମହାନ୍ତିଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ, ଚକ୍ଷୁ ପରୀକ୍ଷା ଓ ସ୍ୱାସ୍ଥ୍ୟ ଶିବିର

ଖୋର୍ଦ୍ଧା,୭/୧୦(ରାଜୀବ ଲୋଚନ ବେହେରାଙ୍କ ଠାରୁ): ଜଟଣୀ ପୈରାଂଚଳର ବିଶିଷ୍ଟ ସମାଜସେବୀ, ପୂର୍ବତନ ରୋଟାରୀ କ୍ଲବର ସଂପାଦକ ଶିବପ୍ରସାଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆଜି ଜଟଣୀର ଅଗ୍ରୱାଲ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜଟଣୀ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବହୁ ଯୁବକ ଏଥିରେ ଭାଗ ନେଇ ରକ୍ତଦାନ କରିଥିଲେ । ଏହାଛଡ଼ା ଆରୋଗ୍ୟମ ନିରୋଗ୍ୟମ ଆନୁକୂଲ୍ୟରେ ଆର‌୍ୟୁବେଦ ସ୍ୱାସ୍ଥ୍ୟ ଶିବିର ଓ ଚକ୍ଷୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବ୍ୟକ୍ତି ଯୋଗ ଦେଇ ମାଗଣାରେ ଚକ୍ଷୁ ଓ ଶରୀର ପରୀକ୍ଷା କରାଇଥିଲେ । ୰ ମହାନ୍ତି ଜଣେ ସମାଜସେବୀ ହୋଇଥିବାରୁ ତାଙ୍କର ଶ୍ରାଦ୍ଧ ବାର୍ଷିକରେ ବହୁ ସେବାମୂଳକ କାର୍ଯ୍ୟ କରାଯାଇ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close