ଏମ ଦେବୀ ଜାହାଜ ଭିତରେ ୧ ବର୍ଷ ହେଲାଣି ବନ୍ଦୀ ଜୀବନ ବିତାଉଛନ୍ତି କ୍ରିଉ ସଦସ୍ୟ

ପାରାଦୀପ: ପାରାଦୀପ ବନ୍ଦରରେ ଏମ୍  ଦେବୀ ମାଲବାହୀ ଜାହାଜରୁ କୋକେନ୍  ଜବତ ମାମଲାକୁ ଗୋଟିଏ ବର୍ଷ ବିତି ଗଲାଣି; କିନ୍ତୁ ଏ ଯାଏ ଫିଟି ପାରିଲାନି ରହସ୍ୟ | ଜବତ କୋକେନ୍ କେଉଁଠୁ ଆସିଲା ? କେଉଁଠିକୁ ଯାଇଥାନ୍ତା ? ଏହାର ମାଷ୍ଟର ମାଇଣ୍ଡ କିଏ ? ଏମିତି ଏକାଧିକ ପ୍ରଶ୍ନ ଏବେ ବି ରହସ୍ୟାବୃତ୍ତ ହୋଇରହିଛି । ଏଠାରେ ସୂଚନାଯୋଗ୍ୟ ଏମ୍ ଦେବୀ ନାମକ ଜାହାଜ୨୦୨୩  ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେଶିକରୁ ବାହାରି ନଭେମ୍ବର ୨୮ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିଲା l ୩୦ ତାରିଖ ରାତିରେ ସୀମାଶୁଳ୍କ ବିଭାଗକୁ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ସୁରକ୍ଷା କର୍ମୀଙ୍କ ସହାୟତାରେ ଜାହାଜର ଯାଞ୍ଚ କରିଥିଲେ। ଜାହାଜର କ୍ରେନ୍ ରେ ଚୁମ୍ବକ ସାହାର୍ଯ୍ୟରେ ଲାଗିଥିବା ୨୨ଟି କୋକେନ୍ ପ୍ୟାକେଟ୍ ଜବତ କରାଯାଇଥିଲା । ଯାହାର ଆନ୍ତର୍ଜାତିକ ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ସେହିଦିନଠାରୁ ଜାହାଜ ଜବତ ହୋଇ ଆଙ୍କରେଜରେ ରହିଥିବା ବେଳେ କ୍ରିଉସଦସ୍ୟମାନେ ୧ ବର୍ଷ ହେବ ତଦନ୍ତ ଆଳରେ ଜାହାଜ ଭିତରେ ବନ୍ଦୀ ଜୀବନ ବିତାଉଛନ୍ତି । ତଦନ୍ତ କେବେ ଶେଷ ହେବ ଓ  କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେଉ ନ ଥିବା ବେଳେ ସୀମା ଶୁଳ୍କ ବିଭାଗ ପକ୍ଷରୁ କେନ୍ଦ୍ରିୟ ସୁରକ୍ଷା ବାହିନୀ ଜାହାଜକୁ ଜଗି ରହିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close