ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟର ଛାତ୍ର ଜିଜ୍ଞାସୁଙ୍କ ୩ୟ ସ୍ଥାନ ଅଧିକାର

ଭୁବନେଶ୍ୱର,୨୭/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମେଧାର ଅନ୍ୱେଷଣ ସହ ସର୍ବଭାରତ ସ୍ତରରେ ମହାତ୍ମା ଗାନ୍ଧୀଙ୍କ ପ୍ରଚାର/ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘ହେଲ୍ପମେଟ’ ପକ୍ଷରୁ ଅନଲାଇନ ମାଧ୍ୟମରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସବ-ଜୁନିୟର ବର୍ଗର ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ଥାନୀୟ ‘ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟ’ର ୟୁ-କେଜିର ଛାତ୍ର ଜିଜ୍ଞାସୁ ଜୀତେଶ ଜେନା ଜାତୀୟ ସ୍ତରୀୟ ଏହି ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ଓ ପରିବାର ପାଇଁ ଗୈାରବ ଆଣିଛନ୍ତି । ଜିଜ୍ଞାସୁଙ୍କୁ ଏହି ପରୀପ୍ରେକ୍ଷୀରେ ସ୍ଥାନୀୟ ରାମ ମନ୍ଦିର ନିକଟସ୍ଥ ‘ବୁଦ୍ଧ ମନ୍ଦିର’ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଛି । ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଥିରେ ବହୁ ସମାଜସେବୀ ଅଂଶଗ୍ରହଣ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close