ବାତ୍ୟା ‘ଦାନା’ ପ୍ରଭାବରେ କଲିକତା କଲବଲ

କଲିକତା,୨୫/୧୦(ଉ. ନ୍ୟୁଜ୍ ବ୍ୟୁରୋ): ବାତ୍ୟା ‘ଦାନା’ର ପ୍ରଭାବରେ ଅଧା ଓଡ଼ିଶା ଅର୍ଥାତ୍ ୧୩ଟିରୁ ଉର୍ଦ୍ଧ ଜିଲ୍ଲା ପ୍ରଭାବିତ ବୋଲି ଆଶଙ୍କିତ ଥିବା ବେଳେ ଓଡ଼ିଶାରେ ସେପରି ତାଣ୍ଡବ ରଚି ନାହିଁ ବାତ୍ୟା । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କଲାପରେ ଓଡ଼ିଶାର ଉପକୂଳ ଅଂଚଳ ସମେତ ପଡୋଶୀ ପଶ୍ଚିମବଂଗରେ ଏହାର ପ୍ରଭାବ ପଡିଛି । ଆଜି ଦିନ ତମାମ ବର୍ଷା ଲାଗି ରହିବାରୁ ପରିସ୍ଥିତି କିଛିଟା ବିଷମ ହୋଇଛି ଉପକୂଳ ଓଡ଼ିଶା ସମେତ କେଉଁଝର, ମୟୁରଭଂଜ ଭଳି ଆଉ କେତେକ ଜିଲ୍ଲାରେ । ପାରାଦୀପ, ଭୁବନେଶ୍ୱରରେ ଆଜି ସକାଳୁ ସକାଳୁ ପାଗରେ ସୁଧାର ଆସିଥିବା ବେଳେ ପରେ ବର୍ଷା ହୋଇଥିଲା । ହେଲେ ପଶ୍ଚିମବଂଗର ଦୀଘା ଉପକୂଳ କାହିଁକି କୋଲକୋତାରେ ଗତ କାଲି ରାତ୍ରୀରେ ପବନ ବହିବା ଆରମ୍ଭ କରିଥିବା ବେଳେ ଆଜି ଭୋର ସମୟରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ଦିନ ତମାମ ବର୍ଷା ଲାଗି ରହିବା ସହ ଆଜି ରାତ୍ର ୦୮ଟାରୁ ୧୦ଟା ୩୦ ମି ମଧ୍ୟରେ ୨-୩ ଘଂଟା କୋଲକୋତାରେ ଭୀଷଣ ବର୍ଷା ହୋଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଲି ରାତି ତମାମ ଉଜାଗର ରହି ବାତ୍ୟା ‘ଦାନା’ର ପ୍ରଭାବ ଉପରେ ନଜର ରଖିଥିଲେ । ଦୀଘା-ସାଗରଦୀପ ଅଂଚଳ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରି ତଳି ଅଂଚଳରୁ ୦୨ଲକ୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିଥିଲେ । ଅନେକଙ୍କୁ ‘କପିଳ ଆଶ୍ରମ’କୁ ନେଇଥିଲେ । ଓଡ଼ିଶାରେ ଜିରୋ କାଜୁଆଲିଟି ଥିବା ବେଳେ ପଶ୍ଚିମବଂଗରେ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି । କୋଲକୋତା ଠାରେ ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ବୈଠକ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଂଚାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, କେବୁଲ ସମ୍ବନ୍ଧୀୟ ଇଲେକଟ୍ରିକ୍ କାମ କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ବାସଭବନରେ ମୃତ୍ୟୁବରଣ କରିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀ ଦୁର୍ଭାଗ୍ୟଜନକ ବୋଲି ମମତା କହିବା ସହ ମୃତକଙ୍କ ପରିବାରକୁ ସାହାଯ୍ୟ କରାଯିବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ପାଣିପାଗ ବିଭାଗ ଆଜି ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ପାଗ ଭଲ ହେବ ବୋଲି ଗତ କାଲି କହିଥିବା ବେଳେ ଆଜି ଆସନ୍ତା ରବିବାରକୁ କୋଲକୋତାରେ ପାଗ ଭଲ ହେବ ବୋଲି କହିଛି । ବୈତ୍ୟୁତିକ ଗଣ ମାଧ୍ୟମରେ ଏକଥା ବାରମ୍ବାର ପ୍ରଚାର ହୋଇଥିବା ବେଳେ ଆଜି ପୁଣି ଅଲଗା କୁହାଯାଇଛି । ଫଳରେ ବହୁ ଲୋକ ହଇରାଣରେ ପଡିଥିବାର ଜନୈକ କହିଛନ୍ତି । ଓଡ଼ିଶାରେ ମଧ୍ୟ ଭୀଷଣ ବାତ୍ୟାର ପ୍ରଚାର ଯୋରସୋରରେ କରାଯିବାରୁ ଆଳୁ କି.ଗ୍ରା ୩୦ରୁ ୫୦ଟଙ୍କା ଛୁଇଁଥିବା ବେଳେ ବହୁ ଗ୍ରସେରୀ ସାମଗ୍ରୀ ଓ ପରିବାପତ୍ରର ନାହିଁ ନ ଥିବା ଦର ବଢ଼ିଯାଇଛି । ଝଡ଼ ତୋଫାନ ବର୍ଷା ଓ ବାତ୍ୟା ମଧ୍ୟରେ କ’ଣ ଫରକ ନାହିଁକି ବୋଲି କେତେକ ବୁଦ୍ଧିଜୀବୀ ପ୍ରଶ୍ନଛଳରେ କହିଛନ୍ତି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close