ଆଶା ଦିଦି ‘ଶିବାନୀ ମଣ୍ଡଳ’ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
କେନ୍ଦ୍ରାପଡ଼ା,୨୫/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ସମଗ୍ର ରାଜ୍ୟ ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ପାଇଁ ଆତଙ୍କିତ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳର ଆଶା କର୍ମୀ ଶିବାନୀ ମଣ୍ଡଳ ନିଜର ସାହସିକ ତଥା ବିପର୍ଯ୍ୟୟକାଳୀନ ମାନବୀୟ କାର୍ଯ୍ୟ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି । କାର୍ଯ୍ୟରତ ଆଶା ଦିଦି ଶିବାନୀ ଜନୈକ ବୟସ୍କା ମହିଳାଙ୍କୁ ନିଜ ପିଠିରେ ଖାଲି ପାଦରେ ପ୍ରାୟ ଦେଢ଼ କିଲୋମିଟର ଦୂର ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ନେଇ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିଲେ । ଏହାଛଡ଼ା ସେ ସେଦିନ ୦୭ ଜଣ ବୟସ୍କା ଓ ୦୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ନେଇ ବାତ୍ୟାସ୍ଥଳୀକୁ ଯାଇଥିଲେ । ତାଙ୍କର ଏହି ମହନୀୟ କାର୍ଯ୍ୟ ସଂର୍ପକରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ତାଙ୍କ ସହ ଟେଲିଫୋନରେ କଥା ହୋଇ ତାଙ୍କୁ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷା ପାଇଁ ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଥିବା ବେଳେ ତାଙ୍କର ଏପରି ଅଭିନବ ପ୍ରଚେଷ୍ଟା ତାଙ୍କ ଉର୍ତ୍ସଗୀକୃତ କାର୍ଯ୍ୟର ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହା କୁହାଯାଇଛି । ସୋସିଆଲ ମିଡିଆରେ ଶିବାନୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ବିଭିନ୍ନ ଛୋଟ ଛୋଟ କାର୍ଯ୍ୟ ଯଥା-ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥି ଆଦିରେ ନିୟୋଜିତ ବହୁ ମହିଳା ଓ ଯୁବତୀ କମ ପାରିଶ୍ରମିକରେ ସରକାରଙ୍କ ବହୁ ଦାୟିତ୍ୱ ନିଭାଉଛନ୍ତି । ହେଲେ ସେମାନଙ୍କର ପେଟପାଟଣା ପ୍ରତି ସରକାର କ୍ୱଚିତ୍ ଧ୍ୟାନ ଦେଉଥିବାର ଦେଖାଯାଉଛି ।