ମହିଳାଙ୍କ ବେକରୁ ଯାଜପୁରରୋଡ ଫରେଷ୍ଟ ବଂଗଳା ଆଗରୁ ସୂନା ଚେନ ଝାମ୍ପିନେଲେ ଦୁବୃର୍ତ

ବ୍ୟାସନଗର, ୨୦/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଦିନକୁ ଦିନ କ୍ରୋମନଗରୀ ବ୍ୟାସନଗର ସହରରେ ରାହାଜାନୀ ବଢ଼ିବାରେ ଲାଗିଛି । ସୁଯୋଗ ଉଣ୍ଡି ଦୁବୃର୍ତମାନେ ସୂନା ଅଳଙ୍କାର, ମୋବାଇଲ ଫୋନ, ମନିପର୍ସ ଝାମ୍ପିନେବା ସହ ମୋଟର ସାଇକେଲ ବି ଚୋରୀ କରି ନେଇଯାଉଛନ୍ତି । ଚୋରମାନେ ଟାର୍ଗେଟ କରି ଅତର୍କିତ ଝାମ୍ପମାରି ସୂନା ଚେନ ଲୁଟି ନେଉଛନ୍ତି । ବେଳେ ବେଳେ ଚଳନ୍ତା ଗାଡିରୁ ଝାମ୍ପମାରି ଲୁଟୁବା ବେଳେ ମହିଳାମାନେ ତଳେ ପଡ଼ି ଲହୁଲୁହାଣ ହେଉଛନ୍ତି । ଏପରି ଏକ ଘଟଣା ଘଟିଛି ଆଜି ସନ୍ଧ୍ୟା ୮ଟାରେ ଘଟିଛି ଫରେଷ୍ଟ ଅଫିସ-ଷ୍ଟାଡିୟମ ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାର ଫରେଷ୍ଟ ବଂଗଳାର ଠିକ୍ ସାମନାରେ । ସାଗରିକା ନାମ୍ନୀ ଜନୈକ ସ୍ୱଳ୍ପ ବୟସ୍କା ମହିଳା ତାଙ୍କ ଛୋଟ ପୁଅକୁ ଧରି ସ୍କୁଟି ଯୋଗେ ଯାଉଥିବା ବେଳେ ମୁଖ୍ୟ ରାସ୍ତାରେ ତାଙ୍କୁ ପିଛା କରି ଏକ ମୋଟର ସାଇକେଲ ତାଙ୍କ ଆଡକୁ ହଠାତ୍ ଧସେଇ ଆସିଥିଲା । ମୋଟର ସାଇକେଲର ପଛରେ ବସିଥିବା ଜନୈକ ପତଳା ଏବଂ କମ ବୟସର ଯୁବକ ହଠାତ୍ ଝାମ୍ପମାରି ମହିଳାଙ୍କ ବେକରୁ ସୂନା ଚେନ୍ ଟାଣିନେଉଥିବା ବେଳେ ମହିଳାଙ୍କ ହାତରେ ଅଧା ଚେନ ରହିଥିବା ବେଳେ ଆଉ ଅଧା ଚୋର ଜଣଙ୍କ ନେବାରେ ସଫଳ ହୋଇଛି । ମୋଟର ସାଇକେଲ ଚଳାଉଥିବା ବ୍ୟକ୍ତି ଜଣକ ହେଲମେଟ ପିନ୍ଧି ନିଜ ମୁହଁକୁ ଘୋଡାଇ ରଖିଥିଲା । ବହୁ ଦେଖଣାହାରୀଙ୍କ ଆଗରେ ଏ ଘଟଣାଟି ଘଟିଥିଲେ ବି ଚୋର ଦୁହେଁ କେଉଁଆଡ଼େ ଖସି ପଳାଇଯାଇଥିଲେ ।  ଲୋକ ସଂଗେ ସଂଗେ ରୁଣ୍ଡ ଚୋରର ପିଛା କରିଥିଲେ ହେଁ ଚୋରଙ୍କୁ ପାଇ ନ ଥିଲେ । ହସ ଖୁସିରେ ଶୁଖିଲା ସନ୍ଧ୍ୟାରେ ନିଜ ପିଲାକୁ ଧରି ବୁଲୁଥିବା ବେଳେ ଏଭଳି ଅଭାବନୀୟ ଘଟଣାର ଶିକାର ହୋଇଥିବା ମହିଳା ଜଣଙ୍କ ଖାଲି କାନ୍ଦି ଚାଲିଥିଲେ । ବହୁ ଲୋକ ତାଙ୍କୁ ବୁଝାସୁଝା କରିଥିଲେ ଓ ସାପଗଡ଼ିଆ ଅଂଚଳର ଯୁବ ସମାଜସେବୀ ବିଜୁ ବାରିକ ମହିଳା ଜଣଙ୍କୁ ନେଇ ଯାଜପୁରରୋଡ ଥାନାରେ ଅଭିଯୋଗ କରିବାକୁ ଯାଇଛନ୍ତି । ମୁଣ୍ଡମାଳ ଅଂଚଳର ବାସିନ୍ଦା ତଥା ଶ୍ରମିକ ନେତା ଅରୁଣ ଦାସ କୁହନ୍ତି ଏହି ୩-୪ ଦିନ ପୂର୍ବରୁ ଦଳାରେ ଏପରି ଏକ ଘଟଣା ଘଟିଛି । ଆଗକୁ ପାର୍ବଣ ଦିନ ଆସୁଛି । ଚୋରୀ ଆହୁରି ବଢ଼ିବାର ଆଶଙ୍କା ରହିଛି । ରାସ୍ତାରେ ମହିଳାମାନେ ସୁରକ୍ଷିତ ନ ରହିବା ପରିତାପର ବିଷୟ । ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ ନ କଲେ ପରିସ୍ଥିତି ଆହୁରି ବିଷମ ହେବାର ଆଶଙ୍କା ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close