ବରିଷ୍ଠ ଯନ୍ତ୍ରୀ ପି. କେ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ଉ, ବିପୁଳ ସଂପତି ଠାବ

କଟକ,୦୫/୦୮(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଇଂଜିନିୟରିଂ ବିଭାଗ ଉପରେ ନିଶାଣ କରିଛି ରାଜ୍ୟରେ ଚାଲିଥିବା ଏବେକାର ବିଜେପି ସରକାର । ପି.ସି ଖାଇ ଖାଇ, ମିଥ୍ୟା ବିଲ ପାସ କରି ବିପୁଳ ପରିମାଣର ଅନୈତିକ ସଂପତି ଠୁଳ କରିଥିବା ବଡ ବଡ ଯନ୍ତ୍ରୀଙ୍କ ଉପରେ ନଜର ରଖିଛି ରାଜ୍ୟ ଭିଜିଲାନ୍ସ ବିଭାଗ । କୋଟି କୋଟି ଟଙ୍କାର ସଂପତି; ଯଥା- ବହୁ ଟଙ୍କାର ସୂନା, ରୂପା ଆଦିର ଦାମୀ ଅଳଙ୍କାର, ବିଭିନ୍ନ ସ୍ଥାନରେ ଜମିବାଡି, ମୂଲ୍ୟବାନ ଗାଡି ଘୋଡ଼ା, ବହୁ ବଙ୍ଗଳା/ଫ୍ଲାଟ୍ ଆଦି କିଣି କିପରି କୁବେର ପାଲଟିଛନ୍ତି ଯନ୍ତ୍ରୀ ବାବୁମାନେ ସେମାନଙ୍କ ଗୁମରର ପେଡି ଖୋଲୁଛି ଭିଜିଲାନ୍ସ ବିଭାଗ । ପୈତୃକ ଘର, ଶ୍ୱଶୁର ଘର ଏବଂ ଅନ୍ୟାନ ସ୍ଥାନରେ ଜମିବାଡି, ଘରଦ୍ୱାର କରିବା ସହ ବିଭିନ୍ନ ବ୍ୟାଙ୍କ/ପୋଷ୍ଟ ଅଫିସ ଆଦିରେ ମୋଟା ଅଙ୍କର ଜମା ରାଶି ରହିଛି । ଏଥିସହ କଲେଜ ପଢ଼ୁଆ ପୁଅ ଝିଅ ଯାହାଙ୍କର ରୋଜଗାର ନାହିଁ ତାଙ୍କ ନାମରେ ଗାଡି ଘୋଡା, ବ୍ୟାଙ୍କ ବାଲାନ୍ସ ଦେଖିଲେ ତାଜୁବ ହୋଇଯିବେ ! ଆଜି ଭିଜିଲାନ୍ସ ବିଭାଗ ଏପରି ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ଼୍ କରି ବିପୁଳ ସଂପତିର ଠାବ ପାଇଛି । ସେ ହେଉଛନ୍ତି ବରିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ରଥ । କଟକ, ଭୁବନେଶ୍ୱର ସହ ତାଙ୍କର ଭଦ୍ରଖ ଜିଲ୍ଲାର ଆଗରପଡ଼ା ସ୍ଥିତ ପୈତୃକ ଘରେ ବି ଛାନଭିନ୍ କରୁଛି ଭିଜିଲାନ୍ସ ବିଭାଗ । ଏକଦା ଇଂ. ଋଥ ଯାଜପୁରରୋଡର ଆର.ଆଣ୍ଡ ବି ବିଭାଗର ସହକାରୀ ଯନ୍ତ୍ରୀ, ପାଣିକୋଇଲି ଏନ.ଏଚ୍‌ର ସହକାରୀ ଯନ୍ତ୍ରୀ, କେଉଁଝର ଘଟଗାଁ ଏନ.ଏଚ୍‌ର ସହକାରୀ ଯନ୍ତ୍ରୀ, ଘଟଗାଁ ଆର.ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ତୁଲାଇ ଭଲ ପି.ସି କମାଇଥିବାର ଜଣାଯାଇଥିଲା । ଏପରିକି କେତେକ ଠିକାଦାରଙ୍କ ସହ ସଂର୍ପକ ବନାଇ ତାଙ୍କ ନାମରେ ମିଥ୍ୟା ବିଲ କରି ‘ରାଧେ ରାଧେ ଅଧେ ଅଧେ’ କରୁଥିଲେ । ଜଣେ ପୂର୍ବତନ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ଧୁ ବୋଲି କହି ଅନେକ ବେଳେ ସେ କାହାକୁ ଖାତିର କରୁ ନ ଥିଲେ । ଏବେ ସେ ଗୁରୁତ୍ୱପୂର୍ଣ୍ଣ ଆର.ଆଣ୍ଡ ବିର ‘ଚିଫ୍ କନ୍‌ଷ୍ଟ୍ରକ୍‌ସନ ଇଂଜିନିୟର’ ଏବଂ କଟକ ‘ଓ.ବି.ସି.ସି’ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାର ଜଣାଯାଇଛି । ପ୍ରଭାବଶୀଳ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ସେ ଭଲ ଭଲ ଜାଗାରେ ପୋଷ୍ଟିଂ ପାଇବା ସହ ଢ଼େର କଳା ସଂପତି କମାଇଛନ୍ତି । ଘଟଗାଁ ଓ ଯାଜପୁରରେ ଥିବା ସମୟରେ ସେ କରିଥିବା ବହୁ ଅନୈତିକ କାରବାର ଉପରେ ଭିଜିଲାନ୍ସ ବିଭାଗ ଖୋଳତାଡ କଲେ ଆହୁରି ରୋଚକ ତଥ୍ୟ ପଦାକୁ ଆସନ୍ତା ବୋଲି ସର୍ବସାଧାରଣରେ ମତପ୍ରକାଶ ପାଇଛି । ଆଜି ତାଙ୍କ ଘର ଓ ଅଫିସ ରେଡ଼୍ ହେଉଥିବା କଥା ଜଣାପଡିବା ପରେ ଜଣେ ବଡ ମାଛକୁ ଦୁର୍ନୀତିନିବାରଣ ବିଭାଗର ଅଧିକାରୀମାନେ ଧରି ତାଙ୍କ ବୁଡା କାରବାରର ପର୍ଦ୍ଦାଫାସ କରିଥିବାରୁ ବିଭିନ୍ନ ମହଲରେ ସନ୍ତୋଷ ପ୍ରକାଶ ପାଇଛି । ୧୨ଟି ସ୍ଥାନରେ ଏବେ ରେଡ଼ ଚାଲିଥିବା ବେଳେ ତାଙ୍କର ପ୍ରକୃତ ସଂପତିର ଆକଳନ ପାଇଁ ଭିଜିଲାନ୍ସକୁ ସମୟ ଲାଗିବ । ୦୧ କିଲୋଗ୍ରାମ ପାଖାପାଖି ଓଜନର ସୁନା ଅଳଙ୍କାର ତାଙ୍କ ଘରୁ ବାହାରିଥିବା ବେଳେ ବ୍ୟାଙ୍କ ଲକରରେ କେତେ ଅଛି ଜଣାପଡିନାହିଁ । ବିଭିନ୍ନ ସ୍ଥାନରେ ଜମିବାଡି ପ୍ଲଟ ରହିଛି । ଭୁବନେଶ୍ୱର, କଟକ, ଭଦ୍ରଖ, ଯାଜପୁରରେ ତାଙ୍କର ବହୁ ପ୍ଲଟ ରହିଛି । ତାଙ୍କର ବଡ଼ ଅଟ୍ଟାଳିକା ସମେତ ନଗଦ ରାଶି, ସୂନା ଆଦିର ମୂଲ୍ୟାୟନ ହେଲେ ସେ କେତେ ଟଙ୍କାର ଆୟକର ଫାଙ୍କିଛନ୍ତି ତା’ର ବି ପୁଣି ଖୋଳତାଡ ହୋଇପାରେ । ଭିଜିଲାନ୍ସ ବିଭାଗ ତାଙ୍କର ବ୍ୟାଙ୍କ କାରବାରର ରହସ୍ୟ ଆୟକର ବିଭାଗ ଜରିଆରେ କରାଇଲେ ଆହୁରି କିଛି ବ୍ୟକ୍ତି, ଠିକାଦାର ଆଦି ତଦନ୍ତ ପରିସରକୁ ଆସିପାରନ୍ତି । କଳା ସଂପତିର ସାମ୍ରାଜ୍ୟରୁ ଦେଶ ପାଇଁ ଭଲ ଟିକସ ବି ଆଦାୟ କରନ୍ତେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close