ମାତୃ ସମ୍ମିଳନୀ ଓ ସରସ୍ୱତୀ ପୂଜା ମହାସମାରୋହରେ ପାଳିତ

ଦାନଗଦି,୧୬/୦୨,(ବସନ୍ତ କୁମାର ପାତ୍ରଙ୍କ ଠାରୁ): କଳିଙ୍ଗନଗର ଶିଶୁ ବିଦ୍ୟାମନ୍ଦିର ସୋଲେଇରେ ମାତୃ ସମ୍ମିଳନୀ ଓ ସରସ୍ୱତୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ସଭା ଆରମ୍ଭରୁ ପ୍ରଦୀପ ପ୍ରଜ୍ୱଳନ, ମାତୃ ବନ୍ଦନା, ଗୁରୁ ବନ୍ଦନା ପରେ ଉପସ୍ଥିତ ମାଆ ମାନଙ୍କୁ ବିଦ୍ୟାଳୟ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ନନ୍ଦ, ସମ୍ମାନିତ ଅତିଥି ଭାବେ ହିନ୍ଦୁ ସୁରକ୍ଷା ସେନାର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଗୀତାଞ୍ଜଳୀ ସାମନ୍ତରାୟ, ଚାଇନା ମୁଦୁଲି, ଅସିତ ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର, ପ୍ରଧାନ ଗୁରୁଜୀ ସୁବାଷ ଚନ୍ଦ୍ର ଦେଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଗୋପୀନାଥ ରାଉତ ଶିଶୁ ମାନଙ୍କୁ ପ୍ରଥମ ଗୁରୁମା , ନିଜ ମାଆ ଘରେ କିପରି ଦୈନନ୍ଦିନ ଶିଶୁ ମାନଙ୍କୁ ସୁଶିକ୍ଷା ପ୍ରଦାନ କରି ନିର୍ମାଣ ପାଇଁ ଏକ ଆଦର୍ଶ ମଣିଷ ରୂପେ ଗଢ଼ିବେ , ତାହା ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ମୁଖ୍ୟ ଅତିଥି ସୁବାଷ ଚନ୍ଦ୍ର ନନ୍ଦ ତାଙ୍କ ମାର୍ଗ ଦର୍ଶନରେ ମାତୃ ସମ୍ମିଳନୀରେ ଉପସ୍ଥିତ ମାଆମାନଙ୍କର ପିଲାମାନଙ୍କ ପ୍ରତି ଭୂମିକା ମାଆ ଭାରତୀଙ୍କର ସନ୍ତାନ ଯେଉଁ ରାଷ୍ଟ୍ରରେ ମାଆମାନେ ଆଗରେ ସେହି ରାଷ୍ଟ୍ର ଆଗକୁ ବହୁତ ଉନ୍ନତ ରାଷ୍ଟ୍ର ହୋଇ ପାରିବ ବୋଲି କହିବା ସହ ଭାରତ୍ରୀ ସଂସ୍କୃତି ପରମ୍ପରା ରକ୍ଷା କରିବା ପାଇଁ ଶିଶୁ ମନ୍ଦିର ନିତ୍ୟାନ୍ତ ପ୍ରୟୋଜନ ଓ ଶିଶୁ ମନ୍ଦିର ଶିଶୁମାନଙ୍କ ପାଇଁ ଏକ ବିରାଟ ଉଜ୍ଜଳ ଭବିଷ୍ୟତ ଗଠନର ଅନୁଷ୍ଠାନ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀଗୁରୁମା ଉପସ୍ଥିତ ଓ ସହଯୋଗରେ ଶାନ୍ତି ଶୁଙ୍ଖଳାର ସହ ମାତୃ ସମ୍ମିଳନୀ ଶେଷ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close